ଦେଶ

ସ୍ଥାୟୀ ଜମା ଉପରେ କମିବ ସୁଧହାର: ରିଜର୍ଭ ବ୍ୟାଙ୍କ

SBI

ଅର୍ଗସ ବ୍ୟୁରୋ: ସ୍ଥାୟୀ ଜମା ଉପରେ କମିବ ସୁଧହାର । ଏନେଇ ବଡ ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ ।  ଋଣରେ ବାରମ୍ବାର ସୁଧହାର କମୁଥିବା ବେଳେ ଏବେ ସ୍ଥାୟୀ ଜମା ଉପରେ ବି ସୁଧ ହାର କମାଇଛି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଥିରେ ସବୁଠୁ ଅଧିକ ପ୍ରଭାବିତ ହେବେ ବରିଷ୍ଠ ନାଗରିକ । ବର୍ଷକରୁ ଦୁଇ ବର୍ଷ ପାଇଁ ଜମା କରାଯାଇଥିବା ରାଶି ଉପରେ ୭ ପ୍ରତିଶତ ବଦଳରେ ଏବେ ୬.୯ ପ୍ରତିଶତ ହିସାବରେ ସୁଧ ହାର ମିଳିବ ।

ସେହିପରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ସୁଧ ହାର ୩.୫ ରୁ ହ୍ରାସ କରି ୩.୨୫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଷ୍ଟେଟ ବ୍ୟାଙ୍କ ପରି ଦେଶର ଅନ୍ୟ ବ୍ୟାଙ୍କ ଗୁଡିକରେ ମଧ୍ୟ ସୁଧ ହାର ହ୍ରାସ କରାଯିବ । ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏହି ପରିବର୍ତ୍ତିତ ସୁଧ ହାର ଦେଶର ପ୍ରାୟ ୪ କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଭାବିତ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top