ଦେଶ

ଗ୍ରାହକଙ୍କୁ ଆଶ୍ୱସ୍ତି ଦେଲା SBI, ଏଣିକି ଆକାଉଣ୍ଟ ଜିରୋ ହେଲେ ବି ନୋ ପ୍ରୋବ୍ଲେମ

state bank of india

ନୂଆଦିଲ୍ଲୀ: ଏସବିଆଇ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନରଖିଲେ ବି କଟିବନି ଫାଇନ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ ଆଣିଲା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିର ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିପାରିବ । ପୂର୍ବରୁ ଦେଶରେ ଥିବା ୪୪.୫୧ କୋଟି ସେଭିଙ୍ଗସ ଆକାଉଣ୍ଟଧାରୀ ମିନିମମ୍‌ ବାଲାନ୍ସ ନରଖିପାରିଲେ ତଣ୍ଡ ଗୁଣୁଥିଲେ ।

ଏଥିଯୋଗୁ ଅନେକ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହେଲେ ଏବେ ଏସବିଆଇ ଏହି ପ୍ରାବଧାନକୁ ଉଠାଇ ଦେଇଛି । ପୂର୍ବରୁ ସେଭିଙ୍ଗସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିଲେ ଏସବିଆଇ ୫ରୁ ୧୫ ଟଙ୍କା ମଧ୍ୟ ଫାଇନ ଓ ଟିକସ ଆଦାୟ କରୁଥିଲା । ଏସ୍‌ଏମଏସ୍ ପାଇଁ ପୂର୍ବରୁ ଲୋକମାନେ ଚାର୍ଜ ଦେଉଥିଲେ । ହେଲେ ଏହି ନିୟମକୁ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ ହଠାଇ ଦେଇଛନ୍ତି ।

ସେପଟେ ସେଭିଙ୍ଗସ ଆକାଉଣ୍ଟରେ ରଖାଯାଉଥିବା ଟଙ୍କା ଉପରେ ସୁଧ ହାର ୩.୨୫%ରୁ ହ୍ରାସ କମାଇ ୩ ପ୍ରତିଶତ କରିଦିଆଯାଇଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଏସବିଆଇ ଗ୍ରାହକଙ୍କ ମନ କଥା ବୁଝିଛି । ଏସବିଆଇର ଏହି ନିୟମରେ ଅତିଷ୍ଠ ହୋଇଥିବା ଗ୍ରାହକ ପୁଣିଥରେ ଏସବିଆଇ ଉପରେ ଆସ୍ଥା ପ୍ରକଟ କରିପାରିବେ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି

Click to comment

Leave a Reply

Your email address will not be published. Required fields are marked *

Most Popular

To Top