ଦେଶ

ଏସବିଆଇ ଗ୍ରାହକମାନଙ୍କୁ ଦେଲା ବଡ଼ ଉପହାର, ତୃତୀୟ ଥର ପାଇଁ ଗୃହଋଣ ଉପରେ ସୁଧହାର କମ୍‌

sbi

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ସାର୍ବଜନୀକ କ୍ଷେତ୍ରର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ( ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ) ସୋମବାର ଠାରୁ ସ୍ଥାୟୀ ଜମା ଏବଂ ଗୃହଋଣ ଉପରେ ସୁଧହାର କମ୍‌ କରାଇଛନ୍ତି । ଏନେଇ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୋମବାର ଦିନ ଘୋଷଣା କରିଛି।  ସମସ୍ତ ଋଣ ଉପରେ ମାର୍‌ଜିନାଲ୍‌ କଷ୍ଟିଙ୍ଗ୍‌ ଅଫ୍‌ ଲେଣ୍ଡିଙ୍ଗ୍‌ ରେଟ୍‌ (ଏମ୍‌ସିଏଲ୍‌ଆର୍‌) 0.10 ପ୍ରତିଶତ  କମ୍‌ କରାଯିବା ନେଇ  ଘୋଷଣା କରିଛି ଏସବିଆଇ । ପ୍ରଥମ ବର୍ଷର ଏମ୍‌ସିଏଲ୍‌ଆର୍‌ ବାର୍ଷିକ ୮. ୨୫% ରୁ ୮. ୧୫%କୁ ହ୍ରାସ କରାଯାଇଛି । ଏହା ଆଜି ଠାରୁ ଅର୍ଥାତ୍‌ ସେପ୍ଟେମ୍ବର ୧୦ ତାରିଖ ୨୦୧୯ରୁ ଲାଗୁ କରାଯାଇଛି।

 ସୁଧହାର ହ୍ରାସ ଏବଂ ବଳକା ଲିକ୍ୟୁଡିଟି ଦୃଷ୍ଟିରୁ ମଧ୍ୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସେପ୍ଟେମ୍ବର ୧୦ ତାରିଖ ଠାରୁ ମିଆଦି ଜମା ଉପରେ ସୁଧହାର ସଂଶୋଧନ କରିଛି।  ଆର୍ଥିକ ବର୍ଷ 2019-20ରେ ଏସବିଆଇ ଲଗାତର ତୃତୀୟ ଥର ଏମ୍‌ସୀଏଲଆରର କାଟ୍ କରିଛି । ଫିକ୍ସ ଡିପୋଜିଟ୍‌  ଉପରେ ୨୦-୨୫ ବିପିଏସ୍‌ ଏବଂ ବଲ୍‌କ୍‌ ମିଆଦି ଜମା ଉପରେ ୧୦ ରୁ ୨୦ ବିପିଏସ୍‌ ହ୍ରାସ କରାଯାଇଛି। ତେବେ ବ୍ୟାଙ୍କମାନଙ୍କୁ ସେମାନଙ୍କର ଲେଣ୍ଡିଙ୍ଗ୍‌ ରେଟ୍‌ ଲିଙ୍କ୍‌ (ଏମସିଏଲଆର) କରିବାକୁ ଗତ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଥିଲା।

 

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top