ନ୍ୟୁଜ୍

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ବିଚାର ବିଭାଗୀୟ ତଦନ୍ତ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

encounter

ନୂଆଦିଲ୍ଲୀ:  ତଦନ୍ତ କରାଯିବ ତେଲେଙ୍ଗାନା ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ହୋଇଥିବା ଏନ୍‌କାଉଣ୍ଟର ମାମଲାର । ସମ୍ପୃକ୍ତ ଚାରି ସନ୍ଦିଗ୍ଧଙ୍କ ମୃତ୍ୟୁ ସଂକ୍ରାନ୍ତରେ ତଦନ୍ତ କରିବାକୁ ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ଏକ ତିନିଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଛନ୍ତି । ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େ ତେଲେଙ୍ଗାନା ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗିଙ୍କୁ କହିଛନ୍ତି ଯେ ଏନ୍‌କାଉଣ୍ଟର୍ ଘଟଣାର ତଦନ୍ତ ଜରୁରୀ।

ସୂଚନାନୁସାରେ, ଚାରି ଅଭିଯୁକ୍ତକୁ ଏନ୍‌କାଉଣ୍ଟର  କରି ଲୋକଙ୍କ ବାଃ ବାଃ ସାଉଁଟିଥିବା ଶାମସାବାଦ ପୋଲିସ ପାଇଁ ଅଡ଼ୁଆ ବଢ଼ିପାରେ। ଏହି ଏନକାଉଣ୍ଟର ଘଟଣାରେ ତେଲେଙ୍ଗାନାର କେସିଆର ସରକାର ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ତଦନ୍ତ ଉପରେ ଭରସା କରି ପାରିନାହାନ୍ତି ସୁପ୍ରିମକୋର୍ଟ। ତେଣୁ ଏବେ ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top