ଜୀବନ ମନ୍ତ୍ର

୨୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହେବନି: ଗଣଶିକ୍ଷା ମନ୍ତ୍ରୀ

samir ranjan dash

ଭୁବନେଶ୍ୱର: ବନ୍ଦ ହେବନି ୨୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ । ଯେଉଁ ସ୍କୁଲରେ ସବୁ ଆଡ଼ମିଶନ ହୋଇଥିଲା ଚଳିତବର୍ଷ ମଧ୍ୟ ସେସବୁ ସ୍କୁଲରେ ନାମଲେଖା ହେବ ବୋଲି  ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ଜୁନ ୮ ତାରିଖରୁ ଜୁଲାଇ ୧୫ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଜାରି ରହିବ  ।

ଏହାସହ ସ୍କୁଲରେ ନାମ ଲେଖାକୁ ନେଇ ମଧ୍ୟ ଜାରି ହୋଇଛି ଗାଇଡ ଲାଇନ । ସକାଳ ୭ରୁ ୯ଟା ୩୦ ମଧ୍ୟରେ ସ୍କୁଲରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ । ମାତ୍ର ଏହି ସମୟରେ ସାମାଜିକ ଦୂରତା ରକ୍ଷା ସହ ସମସ୍ତେ ମାସ୍କ ପିନ୍ଧିବାକୁ ନେଇ ରହିଛି କଡ଼ା ନିର୍ଦ୍ଦେଶ । ଏକ ସମୟରେ ୫ରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ସମସ୍ତ ନିର୍ଦ୍ଦେଶାବଳୀ ନୋଟିସବୋର୍ଡରେ ଉଲ୍ଲେଖ ରଖିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ସୂଚନାଯୋଗ୍ୟ, ଚଳିତବର୍ଷଠାରୁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ତେବେ ରାଜ୍ୟରେ ଏବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top