ନ୍ୟୁଜ୍

ଘାଟିରୁ ତଳକୁ ଖସିଲା ଟ୍ରକ, ଦୁଇ ମୃତ୍ୟୁ

accident

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଦ୍ୱାରଶୁଣି ଘାଟିରୁ ତଳକୁ ଖସିଲା ଟ୍ରକ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବାଙ୍ଗିରିପୋଷି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତଦେହକୁ ଉଦ୍ଧାର କରାଯାଇଛି ।

ଆହତ ବ୍ୟକ୍ତିଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାଇପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୋଲିସ ତରଫରୁ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top