ଖେଳ

ଟ୍ରାଇବାଲ ଫୁଟବଲ୍‌ ଚମ୍ପିୟାନସିପ ଏସ୍‌ଡିସି କପ୍‌ ୨୦୨୦ର ଟ୍ରଫି ଉନ୍ମୋଚିତ

SDC Trophy

ଭୁବନେଶ୍ୱର: ଟ୍ରାଇବାଲ ଫୁଟବଲ୍‌ ଚମ୍ପିୟାନସିପ ଏସ୍‌ଡିସି କପ୍‌ 2020ର ଟ୍ରଫି, ଯର୍ଶୀ ଉନ୍ମୋଚନ ହୋଇଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । ମାର୍ଚ୍ଚ 5 ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ ଆୟୋଜନ ହେବ । ଆଦିବାସୀ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଫୁଟବଲ ପ୍ରତି ଉତ୍ସାହ ବଢାଇବା ଲାଗି ଏହି ଟୁର୍ଣ୍ଣାମେଂଟ ଆୟୋଜନ କରାଯାଉଛି । ବାରିପଦା, ରାଇରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି ପ୍ରଭୂତି ଜିଲ୍ଲାରେ ଟୁର୍ଣ୍ଣାମେଂଟର ମ୍ୟାଚ ଆୟୋଜନ କରାଯିବ । 17 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀମାନେ ଟୁର୍ଣ୍ଣାମେଂଟରେ ସାମିଲ ହେଉଛନ୍ତି । ଜିଲ୍ଳାସ୍ତରୀୟ ଲିଗ୍‌ 24 ରୁ 28 ଫେବ୍ରୁଆରୀ ଯାଏଁ ଫୁଲବାଣୀ ଓ ବାରିପଦାରେ ହେବ । ମାର୍ଚ୍ଚ 5 ତାରିଖରେ ଫାଇନାଲ୍ ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।

ରାଜ୍ୟରେ ୯ଟି ଆଦିବାସୀ ବହୁଳ ଜିଲା ଗଜପତି, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜର ୧୧୭ଟି ବ୍ଲକରେ ବସବାସ କରୁଥିବା ଆଦିବାସୀଙ୍କର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଏସ୍‌ଡିସି ଗଠନ କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ତରଫରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ।

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର ଏବଂ ବରି​‌ଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଦିବାସୀଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭା ଅନ୍ୱେଷଣ ଏବଂ ବିକାଶ କରିବା ହେଉଛି ଏହି ଏସ୍‌ଡିସିର ମୁଖ୍ୟ ଲକ୍ଷ୍ୟ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top