X
Breaking News
ରାଜ୍ୟ

ସମୁଦ୍ର ଆଁରେ ରାମାୟାପାଟଣା ଗାଁ

Ganjam

ଗଞ୍ଜାମ: ସମୁଦ୍ର ଆଁରେ ପସିଯାଉଛି ଗଞ୍ଜାମ ରାମାୟାପାଟଣା ଗାଁ । ପାଖାପାଖି 20 ଟି ପରିବାର ସମେତ ବହୁ ଧନ ଜୀବନ ମଧ୍ୟ ନଷ୍ଟ ହୋଇଗଲାଣି । ନିକଟରେ ଥିବା ବାହୁଦା ନଦୀ ଏବଂ ସମୁଦ୍ରର ମୁହାଣ ପୋତି ହୋଇଯିବା ଫଳରେ ସମୁଦ୍ରର ଢେଉ ଗାଁକୁ ଗ୍ରାସ କରୁଥିବା କୁହାଯାଉଛି ।

ଏପରି ସ୍ଥଳେ ନଦୀ ପାଖେ ନୂତନ ମୁହାଣ ସହ ବାରିକେଟ ପାଇଁ ପ୍ରଶାସନ ସହ ରାଜନେତାଙ୍କୁ ବାରମ୍ବାର ଦାବି କରାଯାଇଛି । କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିପାରିନାହିଁ । ବାଧ୍ୟ ହୋଇ  ଗ୍ରାମବାସୀ ଏକ ହୋଇ ନିଜେ ମୁହାଣ ତିଆରି କରିଛନ୍ତି । ଏପରି ସ୍ଥଳେ କାହିଁକି ପ୍ରଶାସନ ନିଦାବିଷ୍ଣୁ ସାଜିଛି, ତାହା ବଡ଼ ପ୍ରଶ୍ନବାଚୀ ହୋଇ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top