ନ୍ୟୁଜ୍

ପୁରୀ: ଉଚ୍ଛେଦ ପରେ ଖୋଲୁଛି ଗୁମର, ମେଘନାଦ ପାଚେରୀ କଡ଼ରେ ଗୁପ୍ତ ସୁଡ଼ଙ୍ଗ

PURI

ପୁରୀ:  ପୁରୀ ମେଘନାଦ ପାଚେରୀକୁ ଲାଗି ରହିଥିବା ଉଚ୍ଛେଦ ପ୍ରକ୍ରିୟା ବେଳେ ଦେଖିବାକୁ ମିଳିଛି ଏକ ସୁଡ଼ଙ୍ଗ । ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା ଶ୍ରୀରାମ ଦୟା ପରିଷଦ ପଛପଟେ ଗୋଟିଏ ଶତାୟୁ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଅନେକ କହୁଛନ୍ତି ଏହା ଏକ ସୁଡ଼ଙ୍ଗ ।  ଏଭଳି ଚର୍ଚ୍ଚା ସମ୍ପୂର୍ଣ୍ଣ ଭିତ୍ତିହିନ ମନଗଢ଼ା ବୋଲି କହିଛନ୍ତି ରାମଦୟା ପରିଷଦ ସମ୍ପାଦକ ତଥା ବଡ଼ଛତା ମଠ ମହନ୍ତ ମହାରାଜ । ତାଙ୍କର କହିବା କଥା ହେଲା ରାମଦୟା ପରିଷଦ ମେଘନାଦକୁ ଲାଗି ରହିଥିଲା। ପରିଷଦର ପଛ ପଟେ ଦୁଇତଳ ବିଶିଷ୍ଠ ଗୃହ ନିର୍ମାଣ କରାଯାଇଥିଲା।

ତଳ ମହଲାରେ ରୋଷେଇ ଓ ଉପର ମହଲାରେ ସାଧୁସନ୍ଥମାନେ ପ୍ରସାଦ ଗ୍ରହଣ ପ୍ରକୋଷ୍ଠ ରହିଥିଲା। କିନ୍ତୁ ଗତକାଲି ଯେତେବେଳେ ପଛପାର୍ଶ୍ୱକୁ ଉଚ୍ଛେଦ କରିବା ସମୟରେ ଏକ ଶତାୟୁ ବରଗଛ ଭୁଷୁଡି ପଡ଼ିଥିଲା। ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଗଛର ଚେରମୁଳି ଉପାଡି ଦେବାରୁ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକୁ ଏକ ସୁଡ଼ଙ୍ଗ କହି ସାଧାରଣରେ ବିଭ୍ରାନ୍ତି କର ବାର୍ତ୍ତା ଦିଆଯାଉଛି ବୋଲି ମହନ୍ତ ମହାରାଜ ଅଭିଯୋଗ କରିଛନ୍ତି । ସେପଟେ ସୁଡ଼ଙ୍ଗ ଥିବା ଘଟଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top