ଦେଶ

ଆତଙ୍କୀ ଆକ୍ରମଣ ଆଶଙ୍କା: ଜାରି ହେଲା ହାଇଆଲର୍ଟ, ଟାର୍ଗେଟରେ ଜମ୍ମୁ କାଶ୍ମୀର ଓ ପଞ୍ଜାବର ସୁରକ୍ଷାକର୍ମୀ

srinagr-airport

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ହାଇଆଲର୍ଟ ଜାରି କରାଯାଇଛି । ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଭାରତୀୟ ସୁରକ୍ଷାକର୍ମୀଙ୍କ ଉପରେ ଆତ୍ମଘାତୀ ହମ୍‌ଲା କରିବାକୁ ଯୋଜନା କରୁଛି । ବିଶେଷ କରି ଜମ୍ମୁ କାଶ୍ମୀର ଓ ପଞ୍ଜାବରେ ଥିବା ସୁରକ୍ଷାକର୍ମୀଙ୍କୁ ଜୈଶ ଟାର୍ଗେଟ କରିଛି ବୋଲି ସୁଚନା ମିଳିଛି । ଗୁଇନ୍ଦା ବିଭାଗ ଏଭଳି ସୂଚନା ଦେବା ପରେ ଉଭୟ ଜମ୍ମୁ କାଶ୍ମୀର ଓ ପଞ୍ଜାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ହାଲଆଲର୍ଟ ଜାରି କରାଯାଇଛି । ପଞ୍ଜାବର ଅମୃତସର ଓ ପଠାନକୋଟ୍‌, ଜମ୍ମୁ କାଶ୍ମୀରର ଶ୍ରୀନଗର ଏୟାର ପୋର୍ଟ ଏବଂ ବାୟୁସେନା ବେସ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଗୁଇନ୍ଦା ସୂଚନା ଅନୁଯାୟୀ, ୮ରୁ ୧୦ ଜଣ ଜୈଶ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି । ଏମାନଙ୍କୁ ସ୍ୱତନ୍ତ୍ର ଭାବେ ସଂଗଠନ ପକ୍ଷରୁ ଆତ୍ମଘାତୀ ହମଲା ପାଇଁ ତାଲିମ ଦିଆଯାଇଛି । ଜମ୍ମୁ କାଶ୍ମୀର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଏୟାର ବେସ୍‌, ସୁରକ୍ଷାକର୍ମୀଙ୍କ କନଭୟ ଏବଂ ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଏମାନେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବୋଲି ତାଜା ସୁଚନା ମିଳିଛି ଗୁଇନ୍ଦା ବିଭାଗକୁ ।  ଏହାକୁ ଦୃଷ୍ଟିରେ ରଖି ଶ୍ରୀନଗର, ଅୱନ୍ତିପୁର, ଜମ୍ମୁ, ପଠାନକୋଟ ଓ ହିନ୍ଦାନ ଏୟାର ବେସ୍‌ରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ଅଞ୍ଚଳରେ ଗୁଇନ୍ଦା ବିଭାଗ ଆତଙ୍କବାଦୀଙ୍କ ଗତିବିଧି ଠାବ କରିବା ପରେ ସତର୍କ ସୂଚନା ଜାରି କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top