X
Breaking News
ନ୍ୟୁଜ୍

ଏସ୍ ବାଲ୍‌ କ୍ରିଷ୍ଣନ୍‌ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା

Bal krishnan

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇଏସ୍‌ ଅଧିକାରୀ ଏସ୍‌ ବାଲ୍‌ କ୍ରିଷ୍ଣନ୍‌ । ସେ ପୂର୍ବରୁ ଓଡ଼ିଶା ସରକାରଙ୍କ ପାଇଁ ବିଭିନ୍ନ ବିଭାଗରେ କାମ କରିସାରିଛନ୍ତି । ତେବେ ପୁଣି ଥରେ ଓଡ଼ିଶାରେ କାମ କରିବାକୁ ସୁଯୋଗ ପାଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ଆଜି ଲୋକସେବା ଭବନରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏସ୍‌ ବାଲ କ୍ରିଷ୍ଣନ୍‌ଙ୍କୁ ଓଡ଼ିଶାର ବିଭିନ୍ନ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ । ସବୁ ଦାୟିତ୍ୱକୁ ସୂଚାର ରୂପେ ସମ୍ପାଦନ କରିଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଏସ୍‌ ବାଲ୍‌ କ୍ରିଷ୍ଣନ୍‌ । ତେବେ ପୁଣି ଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ରାଜନୀତି ମହଲରେ ବହୁ ଚର୍ଚ୍ଚିତ ଆଇଏସ୍‌ ଅଧିକାରୀ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ ପୂର୍ବରୁ ବାଲ୍‌ କ୍ରିଷ୍ଣନ୍‌ଙ୍କ ଅଧିନରେ କାମ କରୁଥିଲେ । ତାଙ୍କୁ ଗୁରୁ ବୋଲି ମାନୁଛନ୍ତି ପାଣ୍ଡିଆନ୍‌ । ତେବେ ବର୍ତ୍ତମାନ ସମୟରେ ପାଣ୍ଡିଆନ୍‌, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ଥିବା ବେଳେ 5Tର ଦାୟିତ୍ୱ ମଧ୍ୟ ନେଇଛନ୍ତି । ଏହା ସହ ଥାର୍ଡ ଫ୍ଲୋରର ମୋଷ୍ଟ ପାଓ୍ୱରଫୁଲ୍‌ ଅଧିକାରୀ ଭାବେ ପାଣ୍ଡିଆନ୍‌ ଏବେ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ତେବେ ଏଠି କୁହାଯାଉଛି ଯେ, ପୁଣି ଥରେ ବାଲ୍‌ କ୍ରିଷ୍ଣନ୍‌ଙ୍କୁ ଏକ ଗୁରୁ ଦାୟିତ୍ୱ ଦିଆଯିବା ପଛରେ ପଛରେ ପାଣ୍ଡିଆନ୍‌ଙ୍କ ହାତ ରହିଛି । ତେଣୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ଯେ, ଗୁରୁଙ୍କୁ ଗୁରୁ ଦାୟିତ୍ୱ ଦେଲେ ପାଣ୍ଡିଆନ୍‌

Click to comment

Leave a Reply

Your email address will not be published. Required fields are marked *

Most Popular

To Top