ନ୍ୟୁଜ୍

ପୁଣି ୭ ପାକିସ୍ତାନୀ କ୍ରିକେଟରଙ୍କୁ କରୋନା, ଇଂଲଣ୍ଡ ଗସ୍ତକୁ ନେଇ ଚିନ୍ତାରେ ପିସିବି

ନୂଆଦିଲ୍ଲୀ: ପୁଣି 7 ପାକିସ୍ତାନୀ କ୍ରିକେଟର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାସହ ଏବେସୁଦ୍ଧା ମୋଟ 10 ପାକ୍‌ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ପଜିଟିଭ୍‌ ହୋଇଥିବା 7 କ୍ରିକେଟର ଇଂଲଣ୍ଡ ଗସ୍ତ ପାଇଁ ଚୟନ ହୋଇଥିଲେ । କିନ୍ତୁ ଏହାପୂର୍ବରୁ ହୋଇଥିବା ଟେଷ୍ଟରେ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ୱାସିମ୍‌ ଖାନ ଚିନ୍ତାବ୍ୟକ୍ତ କରିଛନ୍ତି । ଏହାସହ ଜୁନ୍‌ 25ରେ ଆଉଥରେ ନମୂନା ପରୀକ୍ଷା କରାଯିବ ବୋଲି କହିଛନ୍ତି ୱାସିମ୍‌ ।

7 କ୍ରିକେଟର ହେଉଛନ୍ତି, କାସିଫ ଭଟ୍ଟି, ମହମ୍ମଦ ହସନେନ୍‌, ଫାଖର ଜମାନ, ମହମ୍ମଦ ରିଜୱାନ୍‌, ଇମ୍ରାନ ଖାନ, ହାଫିଜ ଓ ରିୟାଜ । ଏହାପୂର୍ବରୁ ସାହାଦେବ ଖାନ, ହାଇଦର ଅଲି ଓ ହରିଶ ରଫ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।

ଖେଳାଳି ଓ ଅଧିକାରୀମାନେ ଲାହୋରରେ ସାକ୍ଷାତ କରିବାକୁ ଆସୁଛନ୍ତି । ଆସନ୍ତା 25ରେ ଆଉ ଥରେ ଟେଷ୍ଟ ହେବାକୁ ଅଛି । ତାପରେ ଇଂଲଣ୍ଡ ଗସ୍ତ ପାଇଁ ଦଳ ଚୂଡ଼ାନ୍ତ କରାଯିବ ବୋଲି କହିଛନ୍ତି ପିସିବି ଅଧ୍ୟକ୍ଷ ।

ସୂଚନାଯୋଗ୍ୟ, ପୂର୍ବତନ ପାକିସ୍ତାନୀ ଅଧିନାୟକ ସାହିଦ ଆଫ୍ରିଦି ଓ ପୂର୍ବତନ କ୍ରିକେଟର ତଫିକ ଉମର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାସହ ବାଂଲାଦେଶ କ୍ରିକେଟ ଜଗତରେ ମଧ୍ୟ କରୋନା କାୟା ବିସ୍ତାର କରିସାରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top