ନ୍ୟୁଜ୍

ବଙ୍ଗୋପ ସାଗରରେ ସୃଷ୍ଟ ଟ୍ରାପ ଲାଇନ୍ ଶୀତ ଉଭାନ ପାଇଁ ଦାୟୀ !

ଭୁବନେଶ୍ୱର: କୁଆଡ଼େ ଗଲା ଶୀତ ? ଡିସେମ୍ବରର ପ୍ରଥମ ସପ୍ତାହ ହେଲାଣି । ତଥାପି ଶୀତର ଦେଖାନାହିଁ । ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ଏବେ ବି 10 ଡିଗ୍ରି ରହିଥିବାବେଳେ ପାରାଦୀପର ତାପମାତ୍ରା ସର୍ବାଧିକ 19 ଡିଗ୍ରି ରହିଛି । ଅନ୍ୟପଟେ ବାଂଲାଦେଶ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ବଙ୍ଗୋପସାଗରରେ ଏକ ଟ୍ରାପ ଲାଇନ ତିଆରି ହୋଇଛି । ଯାହାଫଳରେ ଓଡ଼ିଶାରେ ଶୀତ ଅନୁଭୂତ ହେଉନାହିଁ । ତେବେ ଆସନ୍ତା ଦୁଇ ଦିନ ଭିତରେ ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଉତ୍ତର ଭାରତରୁ ଆଉ ବହୁନି ଥଣ୍ଡା ପବନ । ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଥଣ୍ଡା ଆସିବାରେ ବିଳମ୍ବ ହୋଇଛି । ଅକ୍ଟୋବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପୂର୍ବା ପବନ ବହୁଛି । ଯାହାକି ବଙ୍ଗୋପସାଗର ଦେଇ ଆସୁଥିବାରୁ ଆର୍ଦ୍ରତା ଅଧିକ ରହୁଛି । ତେଣୁ ଉତ୍ତରା ପବନ ଓ ପୂର୍ବା ପବନର ଲୁଚକାଳି ଖେଳ ହେତୁ ରାଜ୍ୟରେ ଶୀତ ବିଳମ୍ବ ହୋଇଛି । ତେବେ ଆରବସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟର ପ୍ରକୋପ କମ ହେଲେ ଉତ୍ତର ପବନ ଓଡ଼ିଶାରେ ବହିବା ସହ 11 ତାରିଖରୁ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡାକ୍ତର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଗରେ ପରିବର୍ତ୍ତନ ହେଉଥିବା ଦେଖାଦେଇଛି । ତେବେ ଓଡ଼ିଶାରେ ଆଗାମୀ ଦୁଇ କିମ୍ବା ତିନି ଦିନ ଭିତରେ ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top