ମନୋରଞ୍ଜନ

ହଁ କହିନାହାନ୍ତି ଶାହାରୁଖ, କିନ୍ତୁ ପ୍ରଥମ ଥର ପାଇଁ କିଙ୍ଗ ଖାନ୍‌ଙ୍କ ସହ..

shahrukh khan

ମୁମ୍ବାଇ: ଏକାଠି ନଜର ଆସିପାରନ୍ତି ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ବାଜିରାଓ ସୁପରଷ୍ଟାର ରଣବୀର ସିଂହ । ଏନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମ ନିର୍ମାତା ଅଲୀ ଅବ୍ବାସ ଜାଫର୍ ଏକ ନୂଆ ପ୍ରୋଜେକ୍ଟ ଯୋଜନା କରିଛନ୍ତି । ୧୯୮୭ରେ ସୁପର ହିଟ୍ ହୋଇଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ରିମେକ୍ କରିବାକୁ ସେ ଚାହୁଁଛନ୍ତି । ଏଥିରେ ସେ ମୁଖ୍ୟ ଭୂମିକାରେ ଶାହାରୁଖ୍ ଖାନ୍ ଓ ରଣବୀର ସିଂହଙ୍କୁ ନେବାକୁ ଚାହୁଁଛନ୍ତି ।

ସୂଚନାନୁଯାୟୀ, ଶାହାରୁଖ ଏ ପର୍ଯ୍ୟନ୍ତ ଏହି ରୋଲ୍ ପାଇଁ ହଁ କହି ନାହାନ୍ତି । ଚର୍ଚ୍ଚା ହେଉଛି, ସେ ଫିଲ୍ମରେ ଅନୀଲ କପୁରଙ୍କ ରୋଲ୍ ପାଇଁ ରଣବୀରଙ୍କୁ ଅଫର୍ ଦେଇଥିବାବେଳେ ମୋଗାମ୍ବୋ ଚରିତ୍ର ପାଇଁ ଶାହରୁଖଙ୍କୁ ଅଫର୍ ଦେଇଛନ୍ତି । ଏହାସହ ଅନୀଲ କପୁରଙ୍କ ରୋଲରେ ଅଭିନୟ କରିବା ପାଇଁ ରଣବୀର ହଁ ମାରିସାରିଛନ୍ତି । ତାଙ୍କୁ ଏହି ରୋଲ୍ ବହୁତ ପସନ୍ଦ ଆସିଛି । ନିର୍ମାତା ଚଳିତ ବର୍ଷ ଫିଲ୍ମଟିକୁ ରିଲିଜ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ସେ ଯାହା ବି ହେଉ ଯଦି ଏହି ଫିଲ୍ମଟି ପରଦାକୁ ଆସେ ତେବେ ପ୍ରଥମ ଥର ପାଇଁ ଏହି ଦୁଇ ସୁପରଷ୍ଟାରଙ୍କୁ ଦର୍ଶକ ଦେଖିବାକୁ ପାଇବେ ପରଦାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top