ଦେଶ

ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ

Sharad Arvind Bobde
Courtesy: www.moneycontrol.com

ନୂଆଦିଲ୍ଲୀ:  ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବ୍‌ଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ବୋବଡେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଯାଏଁ ଅନେକ ଗୁଡ଼ିଏ ଐତିହାସିକ ଫଇସଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଜଷ୍ଟିସ ବୋବଡେ । ସେ ଅଯୋଧ୍ୟା ସମେତ ଗୋପନତା ଭଳି ଗୁରୁତ୍ୱପୂର୍ଣ୍ଣ ଫଇସଲାରେ ସାମିଲ ଅଛନ୍ତି । ନିକଟରେ ବହୁଚର୍ଚ୍ଚିତ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ନେଇ ଫଇସଲାରେ ସେ ମଧ୍ୟ ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ । ଗତକାଲି ରବିବାର ଦିନ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top