ଅପରାଧ

ଦେଶ ବିରୋଧୀ ନାରା ଦେଇ ଚର୍ଚ୍ଚାରେ ଥିଲା ସରଜିଲ, ଜହାନବାଦରୁ ଗିରଫ କଲା ପୋଲିସ

ପାଟଣା: ଦେଶ ବିଭାଜନର ନାରା ଦେଉଥିବା ଜେଏନୟୁର ଛାତ୍ର ସରଜିଲ ଇମାମକୁ ଶେଷରେ ପୋଲିସ ଗିରଫ କରିଛି । ଆସାମକୁ ଭାରତରୁ ଅଲଗା କରିବା ଭଳି ଦେଶ ବିରୋଧୀ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲା ସରଜିଲ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସରଜିଲକୁ ବିହାରର ଜହାନବାଦରୁ ଗିରଫ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ସରଜିଲର ଭାଇକୁ ପୋଲିସ ଗିରଫ କରିଥିଲା ।

ପୂର୍ବରୁ ଦିଲ୍ଲୀ ପୋଲିସ ସରଜିଲକୁ ଗିରଫ କରିବ ବୋଲି ପ୍ରକାଶ କରିଥିଲା । ଏଥିପାଇଁ 5 ଟି ଟିମ୍‌ ମୁମ୍ବାଇ, ଦିଲ୍ଲୀ ଏବଂ ପାଟଣାରେ ଛାନଭିନ୍‌ କରୁଥିଲା । ଏମିତି ମଧ୍ୟ ଶୁଣିବାକୁ ମିଳିଥିଲା ସରଜିଲ ନେପାଳ ଲୁଚି ପଳାଇଥିଲା । କିନ୍ତୁ ପାଟଣାରେ ଲୁଚିଥିବା ବେଳେ ସରଜିଲକୁ ଗିରଫ କରିଛି ପୋଲିସ ।

ସରଜିଲର ପରିବାର ବିହାରର ଜହାନବାଦ ଜିଲ୍ଲାର କାକୋରେ ରୁହନ୍ତି । ସରଜିଲଙ୍କ ବାପା ଆକବର ଇମାମ ଜେଡିୟୁ ନେତା ଥିଲେ । କିଛି ଦିନ ପୂର୍ବରୁ ରୋଗରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସିଏମ ନୀତିଶ କୁମାରଙ୍କ ପାଖ ଲୋକ ଆକବର ଇମାମ 2005ରେ ଜେଡିୟୁ ଟିକେଟରେ ଜହାନବାଦ ବିଧାନସଭାରୁ ଳଢ଼ିଥିଲେ ।

ସରଜିଲର ଛୋଟ ଭାଇ ମୁଜାମ୍ମିଲ ଇମାମ ଜେଡିୟୁରେ ଯୋଗ ଦେଇଥିଲା । କିଛି ଦିନ ପୂର୍ବରୁ ଜେଡିୟୁ ଛାଡ଼ି ସିଏଏ ବିରୋଧୀ ହିଂସାରେ ଭାଗ ନେଇଥିଲା ମୁଜାମ୍ମିଲ । ବିହାରର ପାଟଣା ଜହାନବାଦ ସମେତ ଅନେକ ସ୍ଥାନରେ ସିଏଏ ବିରୁଦ୍ଧରେ ପ୍ରୋଟେଷ୍ଟ କରୁଥିଲା ମୁଜାମ୍ମିଲ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top