ରାଜ୍ୟ

ଋଣ ପରିଶୋଧ କଲା ପରେ ବି ପୁଣି ଋଣ ଟଙ୍କା ସୁଝିବା ନେଇ ଆଶଙ୍କାରେ ମହିଳା

ଅନୁଗୁଳ: ଋଣ ପରିଶୋଧ କଲା ପରେ ପୁଣି ଋଣ ଅର୍ଥ ପୈଠ କରିବା ନେଇ ସୃଷ୍ଟି ହୋଇଛି ଆଶଙ୍କା । ଏଭଳି ଏକ ସ୍ଥିତିରେ ଗୋଟିଏ କି ଦୁଇଟି ନୁହେଁ ବରଂ 10 ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ଆଉ ଏ ସବୁ ଘଟଣା ପାଇଁ ସେମାନେ ସିଧାସଳଖ ଦାୟୀ କରିଛନ୍ତି ସେମାନଙ୍କ ଠାରୁ ରଣ ଅର୍ଥ ଆଦାୟ କରିଥିବା ତଥା ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ସିଆରାପିଙ୍କ ବିରୁଦ୍ଧରେ ।

ଘଟଣା ପ୍ରଘଟ ହେବାରୁ ସିଆରାପି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଘଟଣାର ସମାଧାନ ସହ ଅଭିଯୁକ୍ତ ସିଆରପିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଦୀର୍ଘ ସମୟ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ ମହିଳା । ଏଭଳି କିଛି ଆଜି ଦେଖିବାକୁ ମିଳିଥିଲା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ । ଅଭିଯୋଗ ଅନୁଯାୟୀ ଏ ସମସ୍ତ ମହିଳା ମାନେ ହେଉଛନ୍ତି ଅନୁଗୁଳ ବ୍ଲକ ଟାଇନିସି ପଂଚାୟତ ଭାଗତପୁର ଅଞ୍ଚଳର । କିଛି ବର୍ଷ ତଳେ ଏହି ଅଞ୍ଚଳର ପ୍ରାୟ 10 ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ତୃପ୍ତି ଯୋଜନାରେ ବ୍ୟାଙ୍କରୁ ଋଣ କରାଇଦେବାକୁ କହିଥିଲେ ସିଆରପି ।

ସମ୍ପୃକ୍ତ ମହିଳା ସଦସ୍ୟମାନେ ପ୍ରାୟ 50 ହଜାରରୁ 1 ଲକ୍ଷ ପର୍ଯ୍ୟନ୍ତ ଋଣ ମଧ୍ୟ ପାଇଥିଲେ । ଖାଲି ଏତିକି ନୁହେଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଋଣ ଅର୍ଥ ପରିଶୋଧ ମଧ୍ୟ କରି ନେଇଥିଲେ ସମ୍ପୃକ୍ତ ସିଆରାପି । ତେବେ ଆଦାୟ ଆର୍ଥ ସରକାରୀ ତହବିଲରେ ଜମା ନ କରି ସବୁ ହଡପ କରି ନେଇଥିଲେ । ଆଉ ଏହି ଘଟଣା ଲୋକ ଲୋଚନକୁ ଆସିବା ପର ଠାରୁ ସମ୍ପୃକ୍ତ ସିଆରାପି ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ମହିଳା ସଦସ୍ୟମାନେ । ସେପଟେ ତଦନ୍ତ ଚାଲିଛି ରିପୋର୍ଟ ଆସିଲା ପରେ ସତ୍ୟତା ଜଣା ପଡିବ ବୋଲି କହିଛନ୍ତି ଅନୁଗୁଳ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top