ନ୍ୟୁଜ୍

ମହାରାଷ୍ଟ୍ର ମହାଡ୍ରାମାରେ ଲାଗିବ ପୂର୍ଣ୍ଣଛେଦ ? ଲାଗୁ ହେବ ରାଷ୍ଟ୍ରପତି ଶାସନ !

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର କିଏ ଗଢ଼ିବ ସେ ନେଇ ଏବେବି ଚାଲିଛି ଅଙ୍କକଷା । ଠିକ୍‌ ଏହାରି ଭିତରେ ଶିବସେନାକୁ ଲାଗିଛି ଜୋରଦାର ଝଟକା । ଆଉ ଏହି ଝଟକା ଦେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରି । ମହାରାଷ୍ଟ୍ରରେ କୌଣସି ପାର୍ଟି ସରକାର ଗଢ଼ି ନପାରିବାର ଆଶଙ୍କା କରି ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛନ୍ତି । ବାସ ଏତିକିରେ ଶିବସେନା ରାଗ ପଞ୍ଚମରେ ।

ବିଜେପିକୁ ଅଧିକ ସମୟ କିନ୍ତୁ ଶିବସେନାକୁ କାହିଁକି କମ୍‌ ସମୟ ଦିଆଯାଉଛି ଅଭିଯୋଗରେ ସୁପ୍ରିମକୋର୍ଟରେ ପହଞ୍ଚିଛି ଶିବସେନା । ରାଜ୍ୟପାଳଙ୍କ ସୁପାରିଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା ଶିବସେନା । ଅନ୍ୟପଟେ କେନ୍ଦ୍ର କ୍ୟାବିନେଟ ଆଜି ରାଜ୍ୟପାଳଙ୍କ ସୁପାରିଶ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା ।

ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ରରେ ବିଧାନସଭା ନିର୍ବଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଜେପି ଓ ଶିବସେନା ସରକାର ଗଢ଼ିପାରିନଥିବା ବେଳେ ଏବେ ଏନସିପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ପ୍ରସ୍ତାବ ଦେଇଥିଲେ । ହେଲେ ଏନସିପି ମଧ୍ୟ ସରକାର ଗଢ଼ିବା ସ୍ଥିତିରେ ନାହିଁ ବୋଲି ଜଣାପଡ଼ିଛି । ଏହାପରେ ରାଜ୍ୟପାଳ କେନ୍ଦ୍ରକୁ ମହାରାଷ୍ଟ୍ରର ରାଜନୀତିକ ସ୍ଥିତି ବାବଦରେ ଅବଗତ କରାଇଥିଲେ । ଶେଷରେ ଆଜି କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛି ।

ତେବେ ମୁଖ୍ୟମନ୍ତ୍ରୀ ପଦବୀ ପାଇବା ଆଶାରେ ଶିବସେନା ନିଜ ଚକ୍ରାନ୍ତରେ ନିଜେ ଫସିବାକୁ ଯାଉଛି । ବଡ଼ ଦଳ ଭାବେ ବିଜେପିକୁ ରାଜ୍ୟପାଳ ଆମନ୍ତ୍ରଣ କରିଥିଲେ ହେଁ ବିଜେପି ସରକାର କରିବାକୁ ମନା କରିବା ପରେ ଶିବସେନାକୁ ନିମନ୍ତ୍ରଣ କରିଥିଲେ ରାଜ୍ୟପାଳ । କିନ୍ତୁ ଶିବସେନା ସରକାର କରିବ ବୋଲି ଯଦିଓ ଦମ୍ଭୋକ୍ତି ଦେଖାଇଥିଲା କିନ୍ତୁ ଏବେ ଫେଲ ମାରିଥିବା ମଧ୍ୟ ଦେଖିବାକୁ ମିଳୁଛି । ଏମିତି ମଧ୍ୟ ଲାଗୁଛି ଯେ ଏବେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଇପାରେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top