ଦେଶ

ଶହ ଶହ ସଂଖ୍ୟାରେ ବିରଳ ପ୍ରଜାତିର ବେଙ୍ଗ ଉଦ୍ଧାର

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରେ ଶହ ଶହ ସଂଖ୍ୟାରେ ବିରଳ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛନ୍ତି। ଏହି ବେଙ୍ଗ ଦେଖିବାକୁ ହଳଦୀ ରଙ୍ଗର। ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହି ବେଙ୍ଗ ଇଣ୍ଡିଆନ ବ୍ଲୁ ଫ୍ରଗ୍ ପ୍ରଜାତିର।

ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଁଓ ବଡ଼ାରେ ବର୍ଷା ଋତୁ ଆସିବା ପରେ ବହୁ ସଂଖ୍ୟାରେ ଦୁର୍ଲଭ ପ୍ରଜାତିର ବେଙ୍ଗ ଦେଖିବାକୁ ମିଳିଛନ୍ତି। ଏହି ବେଙ୍ଗ ସବୁ ଦେଖିବାକୁ ହଳଦୀ ରଙ୍ଗର। ତେବେ ଏଭଳି ବିରଳ ପ୍ରଜାତିର ବେଙ୍ଗ ଦେଖି ଲୋକମାନେ ଯେତିକି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ସେତିକି ଭୟଭୀତ ମଧ୍ୟ ହୋଇଛନ୍ତି। ଏହି ବେଙ୍ଗ ସବୁ ବିସାକ୍ତ ହୋଇଥାଇ ପାରନ୍ତି ବୋଲି ମଧ୍ୟ ଲୋକମାନେ ଆଶଙ୍କା କରୁଛନ୍ତି।

ପରିବେଶବିଦଙ୍କ କହିବା ଅନୁଯାୟୀ, ଏହି ବିରଳ ପ୍ରଜାତିର ବେଙ୍ଗ ଭାରତରେ ଦେଖାଯାଉଥିବା ଇଣ୍ଡିଆନ ବ୍ଲୁ ଫ୍ରଗ୍ । ସେମାନେ ପ୍ରଜନନ ସମୟରେ ନିଜ ରଙ୍ଗ ପରିବର୍ତ୍ତନ କରି ଗଭୀର ହଳଦୀ ରଙ୍ଗ ଧାରଣ କରିଥାନ୍ତି। ତେବେ ସ୍ଥାନୀୟ ଲୋକମାନେ ଏଭଳି ବିରଳ ପ୍ରଜାତିର ବେଙ୍ଗ ପ୍ରଥମ ଥର ପାଇଁ ଦେଖୁଥିବାରୁ ବିଶାକ୍ତ ଭାବିଥିଲେ।

ବରିବେଶବିଦ୍ ଆଲୋକ ତିୱାରୀଙ୍କ କହିବା ଅନୁଯାୟୀ, ଏହି ଦୁର୍ଲଭ ପ୍ରଜାତିର ଇଣ୍ଡିଆନ ବ୍ଲୁ ଫ୍ରଗ୍ କୃଷକଙ୍କ ପାଇଁ ଲାଭଦାୟକ, ଇକୋ ଫ୍ରେଣ୍ଡଲି ମଧ୍ୟ। ଏଥିରେ ଡରିବାର କୌଣସି କଥା ନାହିଁ। ବରଂ ଏହି ପ୍ରଜାତିର ବେଙ୍ଗଙ୍କୁ ରକ୍ଷଣାବେକ୍ଷଣାର ଆବଶ୍ୟକତା ରହିଛି। ଅଜ୍ଞାନତା କାରଣରୁ ଲୋକମାନେ ପ୍ରକୃତିର ବହୁ ଦୁର୍ଲଭ ଜନ୍ତୁଙ୍କୁ କ୍ଷତି ପହଞ୍ଚାଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top