ରାଜ୍ୟ

ମରିଗଲାଣି ମାନବିକତା ! ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ

Chandabali

ଭଦ୍ରକ: ଚାନ୍ଦବାଲି ଟାଉନରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜଣେ ଡ୍ରେସ ଦୋକାନୀ ସପରିବାରେ ମୁଖ୍ୟରାସ୍ତା ଉପରେ ଠେଙ୍ଗା ଓ ଚପଲରେ ମାଡ଼ ମାରିଥିବା ଅଭିଯୋଗ  ହୋଇଛି । କୌଣସି କଥାକୁ ନେଇ ଡ୍ରେସ ଦୋକାନୀ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ  ଡ୍ରେସ ଦେକାନୀ, ତାଙ୍କ ସ୍ତ୍ରୀ ଏବଂ  ତାଙ୍କର ୨ ଝିଅ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ରାସ୍ତାରେ ଗୋଡ଼େଇ ଗୋଡ଼େଇ ମାଡ଼ ମାରିଛନ୍ତି  ।

ମାଡ଼ ମାରୁଥିବା ସମୟରେ ସ୍ଥାନୀୟ ଦୋକାନୀ ଡ଼୍ରେସ ଦେକାନୀ ମାଲିକ ଠାରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ  । ଘଟଣା ସ୍ଥଳରେ ପୋଲିସ ପହଁଚି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛିନ୍ତି  ।

ଭିନ୍ନକ୍ଷମ ବ୍ୟକ୍ତି ଜଗୁଆ ମହାଳିଙ୍କ ଘର ବାଲିଗାଁ ଅଂଚଳରେ ହୋଇଥିବା ବେଳେ ଡ୍ରେସ ଦେକାନୀ ଜୟପ୍ରକାଶ ସାହା ବିହାରରୁ ଆସି ଚାନ୍ଦବାଲି ଟାଉନରେ ଦୋକାନ କରିଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top