ଟେକ୍ନୋଲୋଜି

୩୨ ହଜାର ଟିଭି ଉପରେ ଲାଗିଲା ଅଢ଼େଇ ହଜାର ଟଙ୍କାର ପ୍ରାଇସ୍‌, ଏହାପରେ ମଲ୍‌ରେ…

mall

ନୂଆଦିଲ୍ଲୀ: ଯେକୌଣସି ଭଲ ବ୍ରାଣ୍ଡର ଜିନିଷ ଯଦି କୌଣସି ମଲ୍‌ରେ କମ୍‌ ଦରରେ ମିଳିଯାଏ ତେବେ ସେଠାରେ ଗହଳି ଲାଗିଯାଇଥିଏ । ଏଭଳି ଏକ ଘଟାଣା ଘଟିଛି  ଯାହାକି ଟିଭିର ଦର ୩୨ ହଜାର ହୋଇଥିବା ବେଳେ  ତାହା ଏକ ମଲ୍‌ରେ ମାତ୍ର ଅଢ଼େଇ ହଜାର ଟଙ୍କାରେ ବିକ୍ରି ହେଉଛି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଫ୍ରାନ୍ସରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ରାନ୍ସର ଏକ ମଲ୍‌ରେ ୩୧ ହଜାର ୫୦୦ ଟଙ୍କାର ଟିଭି ଉପରେ ଭୁଲ୍‌ ବଶତଃ ୨୪୫୦ ଟଙ୍କାର ପ୍ରାଇସ୍‌ ବୋର୍ଡ ଲଗାଇ ଦିଆଯାଇଥିଲା।

ଏହି ଦରଟି ସଙ୍ଗେ ସଙ୍ଗେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଇଥିଲା। ତା’ପରେ ମଲ୍‌ରେ ଜମିଥିଲା ଅସଂଖ୍ୟା ଲୋକ ଭିଡ଼। ଟିଭି ନେବାକୁ ମଲ୍‌ରେ ପହଞ୍ଚିଥିଲେ ହଜାର ହଜାର ଲୋକ। ଲୋକମାନେ ମଲ୍‌ ଭିତରେ ପହଞ୍ଚି ସେମାନଙ୍କ ସପିଂ ବାସ୍କେଟ୍‌ରେ ଏକା ସାଙ୍ଗରେ ୪ଟି ଲେଖାଏ ଟିଭି ଭର୍ତ୍ତି କରିଥିଲେ। ତାପରେ ସିଧା ବିଲିଂ କାଉଣ୍ଟର୍‌ରେ ପହଞ୍ଚିଥିଲେ ବିଲ୍‌ କରିବାକୁ।

ଯେତେବେଳେ ବିଲିଂ କାଉଣ୍ଟର୍‌ରେ ଗ୍ରାହକଙ୍କୁ ଗୋଟାଏ ଟିଭିର ଦାମ ୩୨ ହଜାର କୁହାଗଲା ସେମାନେ ସାଥୀ ହୋଇ ମଲ୍‌ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ। ବୋର୍ଡ ଲଗା ଯାଇଥିବା ଦରରେ ହିଁ ଟିଭି ଦେବାକୁ ଦାବି କରି ଅଡ଼ି ବସିିଥିଲେ।ମଲ୍‌ କର୍ତ୍ତୃପକ୍ଷ ଆଉ କିଛି ଉପାୟ ନପାଇ ଶେଷରେ ପୁଲିସ୍‌ ଡକାଇବାକୁ ବାଧ୍ୟ ହୋଇଥିଲେ। ପୁଲିସ୍‌ ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ଲୋକମାନେ ବୁଝିବା ପରିସ୍ଥିତିରେ ନଥିଲେ। ଶେଷରେ ବାଧ୍ୟ ହୋଇ ମଲ୍‌ ବନ୍ଦ କରିବାକୁ ପଡ଼ିଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top