ନ୍ୟୁଜ୍

ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍‌, ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର: ଅନଲକ୍‌-3 ପାଇଁ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । ତେବେ ଏହି ଗାଇଡଲାଇନ୍‌ ଅନୁସାରେ ବିଏମସି ପକ୍ଷରୁ ଭୁବନେଶ୍ୱରରେ ସପିଂ ମଲ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି । କଟକଣା ମଧ୍ୟରେ ଖୋଲିବ ସପିଂ ମଲ୍‌  । ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

ତେବେ ସପିଂ ମଲ୍‌ ଖୋଲିବାକୁ ଥିବା ବେଳେ ବିଏମସି ପକ୍ଷରୁ କଟକଣା ମଧ୍ୟ ଲାଗୁ କରାଯାଇଛି । ଫୁଡ୍‌ କୋର୍ଟ/ ଇଟରି ଆଉଟଲେଟ୍‌ସ୍‌ ମଲ୍‌ ପରିସରରେ ଖୋଲିବା ମନା । ଗେମିଂ ଜୋନ ସହ ପିଲାଙ୍କ ଖେଳିବା ଅଞ୍ଚଳ ବନ୍ଦ ରହିବ । ସିନେମା ହଲ୍‌, ଏଣ୍ଟରଟେନମେଣ୍ଟ ହଲସ ଆଦି ମନୋରଞ୍ଜନ ସମ୍ପର୍କିତ କ୍ଷେତ୍ର ବନ୍ଦ ରହିବ

ଏହାସହ ପ୍ରମୋସନାଲ କାର୍ଯ୍ୟକଳାପ ହୋଇପାରିବ ନାହିଁ । ଅଧିକମାତ୍ରାରେ ଲୋକ ଏକାସଙ୍ଗେ ରୁଣ୍ଡ ହୋଇପାରିବେ ନାହିଁ ବୋଲି ଏସଓପିରେ ଦର୍ଶାଇଛି ବିଏମସି ।

 ଏହାବ୍ୟତୀତ ଅନ୍ୟ ସାଧାରଣ ନିୟମ, 6 ଫୁଟର ସାମଜିକ ଦୂରତା, ଫେସ୍‌ ମାସ୍କ, ହ୍ୟାଣ୍ଡ ୱାସିଂ, କାଶ ସମୟରେ ମୁଁହ ଘୋଡ଼ାଇବା ଆଦି ଉପରେ ମଲ୍‌ କର୍ତ୍ତୃପକ୍ଷ ଜୋର ଦେବାକୁ ନିର୍ଦ୍ଦେଶ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top