ନ୍ୟୁଜ୍

ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ, ହଟହଟା ହେଉଛନ୍ତି ରୋଗୀ

Dog

କୋରାପୁଟ:  ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ । ଦିନେ କି ଦୁଇଦିନ ନୁହଁ ମାସ ମାସ ଧରି ଏ ଅବସ୍ଥା । ନିରାମୟ ହେଉକି ଖୋଲାବଜାର କେଉଁଠି ମିଳୁନି ଇଞ୍ଜେକସନ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ବେଫିକର ସାଜିଛି ଜିଲ୍ଲାପ୍ରଶାସନ । ଆଉ କୁକୁର କାମୁଡା ଇଞ୍ଜେକସନ ପାଇଁ ଲୋକଙ୍କୁ ଯିବାକୁ ପଡୁଛି ଅନ୍ୟଜିଲ୍ଲା ।

ଆଣ୍ଟି ରାବିସ ଇଞ୍ଜେକସନକୁ ନେଇ ଚିନ୍ତାରେ ରୋଗୀ । ନିରାମୟ ଯୋଜନା ହେଉ କି ଖୋଲା ବଜାର ସବୁଠି ଦେଖାଦେଇଛି ସଙ୍କଟ । ଦିନକୁ ଦିନ କୁକର କାମୁଡ଼ା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ରାଜ୍ୟ ସରକାର ଯୋଗାଇ ପାରୁନାହାନ୍ତି ଇଞ୍ଜେକସନ ।

ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଏ.ଆର.ଭି ବା ଆଣ୍ଟି ରାବିସ ଭ୍ୟାକସିନ ମାସ ମାସ ଧରି କୌଣସି ରୋଗୀ ପାଇ ନାହାଁନ୍ତି । ଅନ୍ୟପଟେ ଡାକ୍ତରଖାନକୁ ଆସି ବଡ ହଇରାଣ ହେଉଛନ୍ତି ରୋଗୀ । କେବେ ଇଞ୍ଜେକ୍ସନ ଆସିବ ବୋଲି କେବଳ ନିରାଶ ହୋଇ ଫେରୁଛନ୍ତି ।  ଦାୟିତ୍ୱରେ ଥିବା ମେଡିକାଲ କର୍ମଚାରୀ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରୋଗୀ ଏବଂ କର୍ମଚାରୀଙ୍କ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି ।

ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 4ଟି ଡୋଜ ବଦଳରେ କେବଳ ଗୋଟିଏ ଦୁଇଟି ଡୋଜ ଦେଇ ବିଦା କରୁଥିବା ଅଭିଯୋଗ ଆସିଛି ।  ଅନ୍ୟପଟେ ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି  । କୋରାପୁଟ ଜିଲ୍ଲାରେ ଦେଖାଦେଇଥିବା ସମସ୍ୟା ସମାଧାନ ନକଲେ ଏହାକୁ ନେଇ ଆନ୍ଦୋଳନ କରିବାକୁ ସ୍ଥାନୀୟବାସୀ ଚେତାବନୀ ଦେଇଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top