ନ୍ୟୁଜ୍

କଟକରୁ ହଟିବ ସଟ୍‌ ଡାଉନ୍‌, ଖୋଲିବ ମଲ୍

କଟକ: କଟକ ମହାନଗର ନିଗମ ଅଂଚଳରୁ ଉଠିଲା ସଟଡାଉନ କଟକଣା । ଆସନ୍ତାକାଲିଠାରୁ ହଟିବ ସଟ୍‌ଡାଉନ୍‌ ।  ସହରରେ ସମସ୍ତ ଦୋକାନବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା ବଳବତ୍ତର ରହିବ ।

ଆବଶ୍ୟକ ଅନୁମତି ନେଇ ମେଡିକାଲ କାମ ପାଇଁ ଆନ୍ତଃ-ଜିଲ୍ଲା ଚଳାଚଳକୁ ଅନୁମତି ଦିଆଯାଇଛି । ସେହିଭଳି ସରକାର ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ହୋଟେଲ ଓ ରେସ୍ତରୋଁଗୁଡିକରେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ତେବେ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ ।  କୋଭିଡ୍‌ ନିୟମ ଅନୁସାରେ କଟକର ସମସ୍ତ ସପିଂ ମଲ୍‌ ଖୋଲିବା ନେଇ  ସିଏମସି ସୂଚନା ଦେଇଛି   ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top