ନ୍ୟୁଜ୍

ବିଳମ୍ବିତ ରାତିରେ ସରିଲା ଦେବ ବିବାହ ନୀତି, ମହାଦେବଙ୍କ ହାତ ଧରିଲେ ମା ପାର୍ବତୀ

marriage

ସମ୍ୱଲପୁର:  କରୋନା କଟକଣା ଭିତରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାର ଶିବ ବିବାହ । ବ୍ରହ୍ମ ମୂହୂର୍ତ୍ତରେ ନନ୍ଦପଡାର ବମ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବାଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।  ବିଳମ୍ବିତ ରାତ୍ରିରେ ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡିଛି । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଧି ରକ୍ଷା ସ୍ୱରୂପ ବାହାଘର ଆୟୋଜନ ହୋଇଛି ।

କୌଣସି ବିଶେଷ ଆୟୋଜନ ନହୋଇ ସୀମିତ ସଂଖ୍ୟକ ସଦସ୍ୟରେ ମନ୍ଦିରରେ ବାହାଘର ଅନୁଷ୍ଠିତ ହେବା ସହ ସରକାରୀ ଗାଇଡଲାଇନ ମାନି ଯାତ୍ରା କେବଳ ବିଧି ରକ୍ଷା କରିଛନ୍ତି । ତେବେ ବାହାଘର ପରେ ଦେବ ଦମ୍ପତିଙ୍କର ନଗର ପରିକ୍ରମା ସହ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେଇଥାନ୍ତି । ହେଲେ ସେନେଇ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅନୁମତି ମିଳିନଥିବାରୁ ଯୁଗଳଦର୍ଶନର ଆଶା ମଉଳି ଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top