ଅପରାଧ

କୋରାପୁଟରେ ଲଜ୍ଜା ! ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ

Raped

କୋରାପୁଟ: କୋରାପୁଟରେ ଲଜ୍ଜା ! ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ନାବାଳିକାର ମା କୈଣସି କାମ ପାଇଁ ବାହାରକୁ ଯାଇଥିବା ଦେଖି ଡମ୍ବରୁ ମୁଦୁଲି ନାମକ ଜଣେ ବ୍ୟକ୍ତି ଶିଶୁକୁ ବିଭିନ୍ନ ଆଳ ଦେଖାଇ ନେଇ ଯାଇଥିଲା ଜଙ୍ଗଲକୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଏଭଳି ଏକ ଅଭିଯୋଗ  ନେଇ ଥାନାର ଦ୍ୱରାସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର ।

ଗତକାଲି ଡମ୍ବରୁ ମୁଦୁଲି ସମ୍ପୃକ୍ତ ଶିଶୁକନ୍ୟାକୁ ଚାଷ ଜମିରେ ମାଛ ଧରିବା ଆଳ ଦେଖାଇ ଘରୁ ଡାକି ନେଇଥିଲା । ହେଲେ ଗ୍ରାମ ନିକଟରେ ଥିବା ଟିକ ଜଙ୍ଗଲକୁ ନେଇ ସେଠାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା ବୋଲି ଘରକୁ ଫେରିବା ପରେ ତାଙ୍କ ମାଙ୍କୁ କହିଥିଲେ ଶିଶୁକନ୍ୟା ।

ସେପଟେ ଘଟଣାକୁ ନେଇ ପରିବାର ତରଫରୁ ଆଜି ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଆରମ୍ଭ ହୋଇଛି ତଦନ୍ତ । ପୀଡିତା ଶୁଶୁକନ୍ୟାକୁ ଜୟପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top