ଦେଶ

କୋରୋନା ଭାଇରସ୍‌କୁ ହରାଇଲା ସ୍ଲୋଭେନିଆ

ବର୍ଲିନ: କୋରୋନା ଭାଇରସ୍‌କୁ ହରାଇଲା ସ୍ଲୋଭେନିଆ । ୟୁରୋପୀୟ ରାଷ୍ଟ୍ର ସ୍ଲୋଭେନିଆ ଏବେ ଦେଶରେ କୋରୋନା ଭାଇରସ ପରିସମାପ୍ତି ଘଟିଥିବା ଘୋଷଣା କରିଛି  ।

ତେବେ ପ୍ରଥମ ୟୁରୋପ ରାଷ୍ଟ୍ର ଭାବେ ସ୍ଲୋଭେନିଆ ଏହି ଘୋଷଣା କରିଛି  । ଏବେ ଅନ୍ୟ ୟୁରୋପୀୟ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କୁ ସ୍ଲୋଭେନିଆରେ ଅଧିକ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି । ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସ୍ଲୋଭେନିଆରେ ମୋଟ ୧୬୬୪ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ୧୦୩ ଜଣଙ୍କ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ବିଶ୍ୱର ସବୁଠରାରୁ କ୍ଷତିଗ୍ରସ୍ତ ଆମେରିକାରେ ଗତ ୨୪ ଘଣ୍ଟାରେ ପୁଣି ୧୬୮୦ ଜଣଙ୍କ ମୃତ୍ୟୁ ହୋଇଛି ଓ ମୃତ୍ୟୁ ସଂଖ୍ୟା ୮୯ ହଜାରରେ ପହଞ୍ଚିଛି । ରୁଷରେ ପୁଣି ୯,୨୦୦ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଯାଇଛି । ବିଶ୍ୱରେ ଦ୍ୱିତୀୟ ପ୍ରଭାବିତ ଏବଂ ୟୁରୋପରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ସ୍ପେନରେ ଏବେ ଧୀରେ ଧୀରେ ସ୍ଥିତି ସୁଧୁରୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top