ନ୍ୟୁଜ୍

ଇଣ୍ଟରନେଟ୍‌ରୁ ପାଣ୍ଡିତ୍ୟ ଜଗତରେ ଏଣ୍ଟ୍ରି କରୁଛନ୍ତି କୁନି କେଶବ !

କେନ୍ଦୁଝର: କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ ଆଉ ବିଛୁଆତି ଦୁଇ ପତ୍ରରୁ କୁଣ୍ଡାଇ ହୁଏ । ଛୋଟ ବେଳୁ ପିଲାଟିର ପ୍ରତିଭା ତାର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥାଏ । ଆଜି ସବୁ ଛୁଆ ଇଣ୍ଟରନେଟ୍‌, ମୋବାଇଲ ମାଧ୍ୟମରେ ବୁଡି ରହୁଛନ୍ତି । କିନ୍ତୁ ଏହି ମୋବାଇଲ ଓ ଇଣ୍ଟରନେଟ୍‌ ତାଙ୍କୁ ଦିନେ ପ୍ରବଚକ ହିସାବରେ ଗଢିତୋଳିବ କେହି ଭାବି ନଥିଲେ । ଏଭଳି ଏକ କୁନି ପ୍ରତିଭା ହେଉଛନ୍ତି କେଶବ ଦାସ ଗୀତିକୃଷ୍ଣ ।

କୁନି ମୁହଁରେ ଜଗନ୍ନାଥ ଓ କୃଷ୍ଣଙ୍କ ବାଣୀ । ଅତି କମ୍‌ ବୟସରୁ କରୁଛନ୍ତି ଆଧ୍ୟାତ୍ମିକ ଚର୍ଚ୍ଚା । ହାରମିନିୟମ ଓ ତାବଲାର ତାଳେ ତାଳେ ଗାଇ ଯାଉଛନ୍ତି ଅନେକ ବାଣୀ । ପିଲାଟି ବେଳୁ ତାଙ୍କ ଭିତରେ ଏହି ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ଯେଉଁ ବୟସରେ ପିଲାମାନେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ଗେମ୍‌ରେ ବୁଡ଼ି ରହୁଛନ୍ତି ସେଠି କେଶବ ଦାଶ ମୋବାଇଲ ଓ ଇଣ୍ଟରନେଟକୁ ନିଜ ଭବିଷ୍ୟତ ଗଢ଼ିବା ପାଇଁ ବ୍ୟବହାର କରୁଛନ୍ତି । ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ସେ ନିଜକୁ ପ୍ରବଚକ ହିସାବରେ ଗଢି ତୋଳିଛନ୍ତି ।

କେନ୍ଦୁଝର ସହର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚର୍ତୁଥ ଶ୍ରେଣୀର ଛାତ୍ର କେଶବ ଦାସ । ପାଠପଢ଼ା ସାଙ୍ଗକୁ କେଶବ ସଙ୍ଗୀତରେ ମଧ୍ୟ ପାରିଦର୍ଶିତା ହାସଲ କରିଛନ୍ତି । କୁନି ବୟସରୁ ବହୁ ଶାସ୍ତ୍ର ଜ୍ଞାନ ହାସଲ କରିବା ସହ ଜଣେ ଦକ୍ଷ ପ୍ରବଚକ ହେବାର ଅନାୟାସ ପ୍ରୟାସ ଜାରି ରଖିଛନ୍ତି କେଶବ । ଇଣ୍ଟରନେଟରୁ ବିଭିନ୍ନ ପ୍ରବଚକଙ୍କ ବାଣୀ ଶୁଣି ତାକୁ ମୁଖସ୍ତ କରିବା ସହ ଲୋକଙ୍କ ସାମ୍ନାରେ ଖୁବ ସୁନ୍ଦର ଭାବରେ ପରିବେଶଣ ମଧ୍ୟ କରୁଛନ୍ତି । ଆଉ ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସହପାଠୀ ଓ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ

Click to comment

Leave a Reply

Your email address will not be published. Required fields are marked *

Most Popular

To Top