ଧର୍ମ

ଭକ୍ତବିହୀନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା

DevaSnanaPurnima_

ଅର୍ଗସ ବ୍ୟୁରୋ : ଭକ୍ତବିହୀନ ହେବ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା। କରୋନା ସଂକ୍ରମଣ ରୋକିବାକୁ ଗତ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ରହିଛି। ସାମାଜିକ ଦୂରତ୍ଵ ରକ୍ଷା ପାଇଁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷିଦ୍ଧ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ନେଇଛି। କେବଳ ଟିଭିରେ ମହାପ୍ରଭୁଙ୍କ ସିଧାପ୍ରସାରଣ ଦେଖିପାରିବେ ଭକ୍ତ।

ଆଉ ୩ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ସେପଟେ କରୋନା ପାଇଁ ବଡଦାଣ୍ଡକୁ ଭକ୍ତ ଆସିପାରିବେ ନାହିଁ। ଯାହାକୁ ନେଇ ଉଭୟ ଭକ୍ତଙ୍କ ଭାବନାଙ୍କୁ କଷ୍ଟ ପହଞ୍ଚିଛି। ତେବେ କଟକଣା ଭିତରେ ସ୍ନାନଯାତ୍ରା କରାଯିବ। ସ୍ନାନଯାତ୍ରାର ପୂର୍ବଦିନ ରାତିରୁ ବଡଦାଣ୍ଡରେ କଟକଣା ଲାଗୁ ହେବ। ବଡ଼ଦାଣ୍ଡକୁ କୈଣସି ଭକ୍ତ ଆସିପାରିବେ ନାହିଁ। ଏପରିକି ବଡଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ ହେବ। ସବୁ ପ୍ରବେଶ ପଥରେ କଟକଣା ରହିବ। ପୂର୍ବବର୍ଷ ଭଳି ଅଧିକ ପୋଲିସ ବଦଳରେ କମ୍ ସଂଖ୍ୟକ ପୋଲିସ ମୁତୟନ କରାଯିବ। ସ୍ନାନପୂର୍ଣିମାରେ ଭକ୍ତଙ୍କୁ ଅନୁମତି ନଥିବାରୁ ଡ଼ାକବାଜି ଯନ୍ତ୍ର ମଧ୍ୟ ଲାଗିବ ନାହିଁ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top