ଦେଶ

ଶେଷରେ.. ଭିକ୍ଷା ମାଗିବାକୁ ଯାଇ ଡ୍ରାଇଭର ହେବାକୁ ବି ପଛାଇଲେନି ଇମ୍ରାନ.. !

imran khan as drivers

ଦରିଦ୍ରତାରେ ସୀମା ରେଖାରେ ଥିବା ପାକିସ୍ତାନ ଏବେ ନିଜର ପୁରୁଣା ବନ୍ଧୁ ସାଉଦି ଆରବକୁ ମନେ ପକାଇଛି । ସାଉଦୀ ଆରବଠୁ ସାହାଯ୍ୟ ମାଗିବା ପାଇଁ ପାକିସ୍ତାନ କିଛି ବି କରିବାକୁ ପ୍ରସ୍ତୁତ ରହିଥିବା ଦେଖାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍‌ ନିଜ ପଦବୀର ଅମର୍ଯ୍ୟାଦା କରି ଅତ୍ୟନ୍ତ ତଳକୁ ଖସିଯାଇଥିବା କୁହାଯାଉଛି । ଭାରତ ଆସିବା ପୂର୍ବରୁ ସାଉଦି ଆରବର ପ୍ରିନ୍ସ ମୋହମ୍ମଦ ବିନ୍‌ ସଲମାନ ଦିନିକିଆ ପାକିସ୍ତାନ ଗସ୍ତରେ ଯାଇଥିଲେ । ତାଙ୍କୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ପ୍ରିନ୍ସଙ୍କ ନିକଟତ୍ତର ହେବାକୁ ଇମ୍ରାନ୍‌ ତାଙ୍କ ଡ୍ରାଇଭର ପାଲଟି ଯାଇଥିଲେ । ପ୍ରିନ୍ସଙ୍କ ଗଡ଼ି ଚଳାଇ ଇମ୍ରାନ ନିଜ ପଦର ଅମର୍ଯ୍ୟାଦା କରିଥିବା କୁହାଯାଉଛି ।


ସେଠାରେ ପ୍ରିନ୍ସଙ୍କୁ ରେଡ୍‌ କାର୍ପେଟରେ ସ୍ୱାଗତ କରାଯାଇଥିଲା । ଯେତେବେଳେ ସାଉଦୀ ପ୍ରିନ୍ସ ଏୟାରପୋର୍ଟରୁ ବାହାରିଥିଲେ ସେଠାରେ ଉପସ୍ଥିତ ସବୁ ଗଣମାଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଯେଉଁ କାରରେ ତାଙ୍କୁ ନିଆଯାଉଥିଲା ସେହି କାରକୁ ସରକାରୀ ଡ୍ରାଇଭର ନୁହେଁ ନିଜେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଚଳାଉଥିଲେ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଢେର୍‌ ଭାଇରାଲ ହେଉଛି । ଏହି ଫଟୋ ଦେଖି ପାକିସ୍ତାନ ସମେତ ବିଭିନ୍ନ ଦେଶରେ ତାଙ୍କୁ ତାତ୍ସଲ୍ୟ କରାଯାଉଛି ।

ସୂଚନା ଅନୁଯାୟୀ ପ୍ରିନ୍ସ ମୋହମ୍ମଦ ବିନ୍‌ ସଲମାନ ପାକିସ୍ତାରେ 20 ଆରବ ଡଲାରର ନିବେଶ କରିଛନ୍ତି । ଏହି ଟଙ୍କା ପାକିସ୍ତାନକୁ ଆଉ କିଛି ଦିନ ଚଳାଇବା ପାଇଁ ସାହାଯ୍ୟ କରିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top