ଜୀବନ ମନ୍ତ୍ର

ନୂଆବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଏହି ଦେଶରେ ଦୃଶ୍ୟମାନ ହେବ

Solar eclips

ନୂତନ ବର୍ଷର ନୂଆ ସୂର୍ଯ୍ୟପରାଗ । ପ୍ରାୟ ୧୮ ମାସ ପରେ ଦେଖିବାକୁ ମିଳିବ ପୂର୍ଣ୍ଣ ସୂର‌୍ୟ୍ୟପରାଗ । ଏହି ସୂର‌୍ୟ୍ୟପରାଗ ଜାନୁୟାରୀ ୬ତାରିଖରେ ଦେଖିବାକୁ ମିଳିବ । ଭାରତୀୟ ସମୟ ଅନୁସାରେ ଏହା ସକାଳ ୫ଟା ବାଜି ୦୪ ମିନିଟରେ ଆରମ୍ଭ ହେବ ଏବଂ ସକାଳ ୯ଟା ବାଜି ୧୮ ମିନିଟରେ ଛାଡିବ ।

ରବିବାର ଦିନ ନୂଆବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ । ଏହା ଆଂଶିକ ସୂର୍ଯ୍ୟପରାଗ । ଚଳିତ ବର୍ଷରେ ୩ଟି ପରାଗ ଓ ୨ଟି ଗ୍ରହଣ ଲାଗିବ । ବର୍ଷର ପ୍ରଥମ ଗ୍ରହଣ ଜାନୁୟାରୀ ୬ରେ ଲାଗିବ । ସେହିପରି ଦ୍ୱିତୀୟ ଗ୍ରହଣ ଚଳିତ ମାସ ୨୧ ତାରିଖରେ ଲାଗିବ । ତେବେ ୫ଟି ଗ୍ରହଣ ମଧ୍ୟରେ ୨ଟି ଭାରତରେ ଦୃଶ୍ୟମାନ ହେବ ।

ରବିବାର ଆଂଶିକ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହା ଭାରତରେ ଦୃଶ୍ୟମାନ ହେବନି । ଏହା ଉତ୍ତର-ପୂର୍ବ ଏସିଆ, ଜାପା, କୋରିଆ, ମଙ୍ଗୋଲିଆ, ତାଇୱାନ, ଋଷ ଓ ଚୀନରେ ସହିତ ଆମେରିକାରେ ଦୃଶ୍ୟମାନ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top