ରାଜ୍ୟ

ଦନ୍ତା ଆକ୍ରମଣରେ ମାଆ-ପୁଅ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ମହବିରୋଡ଼ ରେଞ୍ଜ ଡିହଡୋଳ ସେକ୍ସନ ଅନ୍ତର୍ଗତ ପାଟରପଦା ବଡଜୋରା ନାଳ ନିକଟରେ ଦନ୍ତା ଆକ୍ରମଣରେ ମାଆପୁଅ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତର ମାନେ ପରଜଙ୍ଗ ଥାନା ପାଟରପଦା ଗ୍ରାମର ଜାମିନି ନାୟକ ଓ ତାଙ୍କର ୮ ବର୍ଷୀୟ ଶିଶୁପୁତ୍ର ସୁରଞ୍ଜନ ନାୟକ । ଉଭୟ ମାଆପୁଅ ଏକ ଅଟୋ ଯୋଗେ ବଡ଼ଜୋରା ନିକଟକୁ ବାର୍ଷିକ ସୁଦ୍ଧି କ୍ରିୟା କାର୍ଯ୍ୟରେ ଯାଉଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଗ୍ନିଶମ ବାହିନୀ ଗାଡି ସହାୟତାରେ ଆଣି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top