ନ୍ୟୁଜ୍

ପୁଅ ସାଜିଲା ନର ରାକ୍ଷସ, ମା’କୁ ବାଡେଇ ବାଡେଇ ମାରିଲା ପୁଅ

ଅନୁଗୁଳ:  ପୁଅ ସାଜିଲା ନର ରାକ୍ଷସ । ମା’କୁ ଠେଙ୍ଗାରେ ବାଡେଇ ବାଡେଇ ମାରିଲା ସଇତାନ ପୁଅ । ଭଗବାନ ଏମିତି ପୁଅ କାହାକୁ ନଦିଅନ୍ତୁ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ସାହାଜବାହା ଗ୍ରାମରେ  ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାହାଜବାହା ଗ୍ରାମର ଆର୍ତତ୍ରାଣ ବେହେରା ନାମକ ଯୁବକ ତାର ୭୦ ବର୍ଷର ମା ଅର୍ଣପୂର୍ଣ୍ଣ ବେହେରାଙ୍କୁ  ଠେଙ୍ଗାରେ ବାଡେଇ ବାଡେଇ ଅତି ନିର୍ମମ ଭାବରେ ହତ୍ୟା କରିଥିବାର ପରିବାର ଲୋକ ପ୍ରକାଶ କରିଛନ୍ତି । ସୂଚନାନୁସାରେ, ଆର୍ତତ୍ରାଣ ବାହାର ରାଜ୍ୟରେ ଯାଇ ଗାଡି ଚଳାଏ ।

ଲକ ଡାଉନ ଯୋଗୁ ସେ ତାର ବଡ ଭାଇ ଓ ମା ସହିତ ଘରେ ରହୁଥିଲା । ଗତ କାଲି ମଦ ନିଶାରେ ତାର ମା ସହିତ ଝଗଡା ହୋଇଥିଲା । ଝଗଡାରେ ଆର୍ତତ୍ରାଣ ଉତକ୍ଷିପ୍ତ ହେଇ ତାର ନିଜ ମା’କୁ ଏକ ଠେଙ୍ଗାରେ ଅତି ନିର୍ମମ ଭାବରେ ବାଡେଇ ଥିଲା । ପରେ ପରିବାର ଲୋକ ଅର୍ଣପୂର୍ଣ୍ଣକୁ ରେଢାଖୋଲ ମେଡିକାଲକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଳି କହିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top