ଅପରାଧ

ଦାଉଦ ସହ ଥିଲା ଅନିଲ କପୁରଙ୍କ ସମ୍ପର୍କ ! ମାନିଲେ ଝିଅ ସୋନମ

ମୁମ୍ବାଇ: ଅଶି ଦଶକରେ ଅଣ୍ଡରୱାର୍ଲ୍ଡ ଡନ ଭାବେ ପରିଚିତ କରୀମ ଲାଲା ସହ ବହୁ ବଡ଼ ବଡ଼ ନେତା ଏବଂ ଅଭିନେତାଙ୍କ ସମ୍ପର୍କ ଥିଲା । ଏଭଳିକି କରୀମ ଲାଲା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମ୍ପର୍କ ଥିଲା ବୋଲି ଶିବସେନାର ଜଣେ ବରିଷ୍ଠ ନେତା କହିଥିଲେ । ଏହାପରେ ଚର୍ଚ୍ଚା ମଧ୍ୟ ଜୋର ଚାଲିଥିଲା । କରୀମ ଲାଲା ସମୟରେ ନିଜର କଳାସାମ୍ରାଜ୍ୟ ବୃଦ୍ଧି କରୁଥିବା ଦାଉଦ ଇବ୍ରାହିମ୍‌ ଏବେ ଜଣେ ବଡ ଅଣ୍ଡରୱାର୍ଲ୍ଡ ଡନ । ବହୁ ଦେଶର ପୋଲିସ ଏବେ ଦାଉଦକୁ ଖୋଜୁଛି । ତେବେ ଦାଉଦ ସହ ବଲିଉଡର ‘ନାୟକ’ ଷ୍ଟାର ଅନିଲ କପୁରଙ୍କ ସମ୍ପର୍କ ଥିବା ନେଇ ଖୋଦ ଝିଅ ସୋନମ କପୁର ଆହୁଜା ସ୍ୱୀକାର କରିଛନ୍ତି ।

ହିନ୍ଦୁଙ୍କ ପରିସ୍ଥିତି ଉପରେ ଚୁପ ରହୁଥିବା, ମୋଦିଙ୍କ ନୀତିକୁ ବିରୋଧ କରୁଥିବା ଅଭିନେତ୍ରୀ ସୋନମ କପୁର ସାହିନବାଗରେ ଫାୟାରିଂକୁ ନେଇ ଏକ ଟ୍ୱିଟ୍‌ କରିଥିଲେ । ସେ ଟ୍ୱିଟରରେ ଲେଖିଥିଲେ, ‘ ମୁଁ କେବେ ବି ଭାବିନଥିଲି ଭାରତରେ ଏଭଳି ହେବ । ବିଭାଜନର ଏଭଳି ରାଜନୀତି ବନ୍ଦ କର । ଯଦି ତୁମେ ନିଜକୁ ହିନ୍ଦୁ କହୁଛ ତେବେ ଏହି ଧର୍ମ କେବଳ କର୍ମ ଏବଂ ଧର୍ମ ଉପରେ ନିର୍ଭର କରେ ।’

ତେବେ ସୋନମଙ୍କ ଏହି ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି ଜଣେ ବରିଷ୍ଠ ସାମ୍ବାଦିକ ପଚାରିଥିଲେ – କୃପା କରି କହିବେ କି ଆତଙ୍କବାଦୀ ଦାଉଦ ସହ ଆପଣଙ୍କ ପିତାଙ୍କ ଫଟୋ ସମ୍ବନ୍ଧରେ । ଏହା ତାଙ୍କ କର୍ମରେ ଥିଲା ନା ଧର୍ମରେ ?

ସାମ୍ବାଦିକଙ୍କ ଏଭଳି ପ୍ରଶ୍ନରେ ହୁଏତ ସୋନମ କୌଣସି ସିକ୍ୟୁଲାର ରିପ୍ଲାଏ କରିବେ ବୋଲି ଟ୍ୱିଟର ୟୁଜର ଭାବିନେଇଥିଲେ । ଟ୍ୱିଟରରେ ସୋନମ ମାନିଲେ ଯେ, ଦାଉଦ ଏବଂ ତାଙ୍କ ବାପଙ୍କ ମଧ୍ୟରେ କର୍ମ କି ଧର୍ମ ନୁହେଁ ବରଂ କ୍ରିକେଟର ସମ୍ପର୍କ ଥିଲା । ସୋନମ ଟ୍ୱିଟ୍ କରି କହିଥିଲେ, ଅନୀଲ କପୁର, ରାଜ କପୁର ଏବଂ କୃଷ୍ଣା କପୁର ମ୍ୟାଚ ଦେଖିବାକୁ ଯାଇଥିଲେ । ସେମାନେ ଏବ ବକ୍ସରେ ମ୍ୟାଚ୍‌ ଦେଖୁଥିଲେ । କାହା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ବନ୍ଦ କରିବା ଦରକାର । ଏଥିରେ ଅନ୍ୟ ତିନି ଅଙ୍ଗୁଳି ନିଜ ଆଡ଼କୁ ନିର୍ଦ୍ଦେଶ କରୁଛି । ଭଗବାନ ରାମ ଦୃଷ୍ଟତା ଏବଂ ହିଂସା ପାଇଁ କ୍ଷମା କରିଦିଅନ୍ତୁ ।

ପୁଣି ସାମ୍ବାଦିକ ଜଣଙ୍କ ସୋନମଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରି କହିଥିଲେ,‘ ଜଣକୁ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ କଲେ ତିନି ଅଙ୍ଗୁଳି ନିଜ ଆଡ଼କୁ ଆସେ ସତ କଥା । ଆପଣ ଟ୍ୱିଟରେ ଗୋଟିଏ ଅଙ୍ଗୁଳି ନିର୍ଦ୍ଦେଶ କଲେ ସେଥିପାଇଁ ତିନି ଅଙ୍ଗୁଳି ଆପଣଙ୍କ ଆଡ଼କୁ ଗଲା । କିନ୍ତୁ ଦୁର୍ଭାଗ୍ୟ ଯେ, ମୁଁ ଏତେ ସକ୍ଷମ ନୁହେଁ ଯେ, ମୁଁ ଦାଉଦ ଏବଂ ପାକିସ୍ତାନ ସେନାର ପ୍ରିୟ ଅନିଲ ମସରତ ସହ ଫଟୋ ଉଠାଇପାରିବି ।’

ସୂଚନାଯୋଗ୍ୟ, ସୋନମ କପୁର ଯେଉଁ ଫଟୋକୁ ନେଇ ମନ୍ତବ୍ୟ ଦେଉଛନ୍ତି, ଇଏ ସେହି ଦାଉଦ ଇବ୍ରାହିମ୍‌ ଯିଏକି 1993 ମୁମ୍ବାଇ ବିସ୍ଫୋରଣ ପାଇଁ ଦାୟୀ । ଏହି ବିସ୍ଫୋରଣରେ ବହୁ ଲୋକଙ୍କ ପ୍ରାଣ ଯାଇଥିଲା । ଅନିଲ କପୁରଙ୍କ ସହ ଦାଉଦର ଏହି ଫଟୋକୁ ନେଇ ଏମିତି ମଧ୍ୟ କୁହାଯାଉଛି ଯେ ଦୁଇ ଜଣ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌ ଦେଖୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top