ନ୍ୟୁଜ୍

ମମତା ଭୁଲି ମା’ଙ୍କୁ ବୃଦ୍ଧାଶ୍ରମରେ ଛାଡ଼ୁଛନ୍ତି ପୁଅ..

ବାଲେଶ୍ୱର: ବୁଢ଼ୀ ମାଉସୀଙ୍କ ବୟସ ଟପିଲାଣି 70 । ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲରେ ଦେଖାଯାଉନି କି କାନକୁ ଠିକରେ ଶୁଣାଯାଉନି । ଏଭଳି ଅବସ୍ଥାରେ ମାଉସୀ ବିଭିନ୍ନ ପ୍ରକାର ନିର୍ଯାତନା ପାଉଥିଲେ ଘରେ । ଯେଉଁ ପୁଅକୁ ପାଳି ପୋଷି ବଡ କରିଥିଲେ ସେଇ ପୁଅ, ମାଆକୁ ଆଣି 6/7ମାସ ହେଲାଣି ଅମୃତଧାରା ବୃଦ୍ଧାଶ୍ରମରେ ଛାଡି ଦେଇ ଯାଇଛି ଯେ ଯାଇଛି ।

ଆସିବ ଓ ନେଇଯିବ ବୋଲି ବାରମ୍ବାର କହୁଛି ହେଲେ ଆସୁନି । ଏତେ ଦୁଖଃ କଷ୍ଟ ପାଇ ତଥାପି ପୁଅ ଉପରେ ଆଜିବି ବିଶ୍ୱାସ ହରାଇନି ମାଆ । ଚାହିଁ ବସିଛି ପୁଅର ଆସିବା ବାଟକୁ ସକାଳରୁ ସଂଧ୍ୟା । ଠିକ ସେହିପରି ଅବସ୍ଥା ପ୍ରତିମା ପଣ୍ଡାଙ୍କର । ବୟସର ଅପରାହ୍ନ ରେ ନିଜର ପିଲାମାନେ ଛାଡିଦେଇ କୁଆଡେ ଚାଲିଯାଇଛନ୍ତି । କିଛି ଖୋଜଖବର ନାହିଁ । ଗୋଡ କଷ୍ଟ ହେଉଥିବାରୁ ଚାଲିପାରୁନାହାଁନ୍ତି ।

ରାସ୍ତାରେ ପଡି ଖାଇବାକୁ ମାଗୁଥିଲେ ଆଉ ଅମୃତଧାରା ର ସଦସ୍ୟ ମାନେ ତାଂକୁ ଉଦ୍ଧାର କରି ଏହି ଆଶ୍ରମରେ ଥଇଥାନ କରିଛନ୍ତି । ଜଣେ କି ଦୁଇ ଜଣ ମା’ଙ୍କ ଦୁଃଖ ନୁହେଁ ଆହୁରି ଅନେକ ପୁଅର ଆସିବା ବାଟକୁ ଚାହିଁ ବସିଛନ୍ତି । ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ…

Click to comment

Leave a Reply

Your email address will not be published. Required fields are marked *

Most Popular

To Top