ଦେଶ

ବସ୍ ଏବଂ ବିମାନ ପରେ ଟ୍ରେନରେ ୮୦୦ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପଠାଇଲେ

Sonu

ଅର୍ଗସ ବ୍ୟୁରୋ:  ପୁଣି ମନ କିଣିଲେ ସୋନୁ ସୁଦ୍ । ପ୍ରଥମେ ବସ ପରେ ବିମାନ ଆଉ ଏବେ ଟ୍ରେନରେ । ଟ୍ରେନ ଯୋଗେ ୮୦୦ ପ୍ରବାସୀଙ୍କୁ ପଠାଇଲେ ଉତ୍ତର ପ୍ରଦେଶ ବଲିଉଡ ଅଭିନେତା ସୋନୁ ସୁଦ୍ । ଭାରତରେ ତାଲାବନ୍ଦ ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ଫଶି ରହିଥିବା ବେଳେ ସୋନୁ ସୁଦ ଦେବ ଦୂତ ସାଜିଛନ୍ତି । ରବିବାର ରାତିରେ ମୁମ୍ବାଇ ଥାନେ ଷ୍ଟେସନରୁ ଶ୍ରମିକ ଟ୍ରେନରେ ପ୍ରବାସୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୟୁପିର ପ୍ରୟାଗରାଜ, ଆଜମଗଡ, ଜୌନପୁର ଓ ହାଜିପୁରକୁ ପଠାଇଛନ୍ତି ।

ତେବେ ବସ୍‌ରୁ ପ୍ରବାସୀ ଶ୍ରମିକଙ୍କ ଯିବା ସମୟରେ ସୋନୁ ସୁଦ ନିଜେ ଉପସ୍ଥିତ ଥିଲେ, ସେହିଭଳି ସୋନୁ ନିଜେ ଟ୍ରେନରୁ ଶ୍ରମିକମାନେ ଯିବା ସମୟରେ ଥାନେ ଷ୍ଟେସନରେ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ସୋନୁ ସମସ୍ତଙ୍କୁ ଆଉ ଏକ କଥା ନେଇ ସଚେତନ ମଧ୍ୟ କରିଛନ୍ତି । ସେ କହିଛନ୍ତି, ମୋ ନାଁ ନେଇ ସାହାଯ୍ୟ ନାଁରେ ଟଙ୍କା ମାଗୁଥିବା ଲୋକଙ୍କ ବିରୋଧରେ ପ୍ରବାସୀ କମ୍ପ୍ଲେନ୍ କରନ୍ତୁ । କାରଣ ସୋନୁଙ୍କ ସେବା ଶ୍ରମିକମାନଙ୍କ ପାଇଁ ନିଶୁଳ୍କ । ତେଣୁ ଏଥିପ୍ରତି ସମସ୍ତେ ସାବଧାନ ରୁହନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top