ଅପରାଧ

ଅଣ୍ଡରଓ୍ଵାର୍ଲଡ ଡନ ଛୋଟା ରାଜନକୁ ୮ବର୍ଷ ଜେଲଦଣ୍ଡ ଦେଲେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ

chota don

ନୂଆଦିଲ୍ଲୀ : ଅଣ୍ଡରଓ୍ଵାର୍ଲଡ ଡନ ଛୋଟା ରାଜନକୁ ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୮ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ଛୋଟା ରାଜନକୁ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରି ୮ ବର୍ଷ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ରାଜନ ସହିତ ଆଉ ୫ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ତେବେ ଏହି 5ଜଣଙ୍କୁ ସମାନ 8ବର୍ଷ ଦଣ୍ଡ ପ୍ରଦାନ କରାଯାଇଛି ।

ଏହା ସହିତ ସେମାନଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଛି । ୨୦୧୨ରେ ମୁମ୍ବାଇର ଜଣେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ  ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ ମଧ୍ୟ ଦଣ୍ଡ ବିଧାନ କରାଯାଇନଥିଲା । ଆଜି ଅପରାହ୍ଣରେ ଏହି ୬ ଜଣଙ୍କର ଦଣ୍ଡବିଧାନ କରାଯାଇଛି । ୨୦୧୨ରେ ମୁମ୍ବାଇର ହୋଟେଲ ବ୍ୟବସାୟୀ ବି.ଆର. ସେଟ୍ଟୀଙ୍କୁ ରାଜନଙ୍କ ସହଯୋଗୀମାନେ ଗୁଳି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top