ସ୍ପେଶାଲ

ରଙ୍ଗର ପର୍ବ ହୋଲି..

holi

ଅର୍ଗସ ବ୍ୟୁରୋ:  ଆଜି ହୋଲି । ଏକ ହିନ୍ଦୁ ପର୍ବ ଯାହା ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ପାଳନ କରାଯାଇଥାଏ । ରଙ୍ଗର ପର୍ବ, ପ୍ରେମର ପର୍ବ, ଖୁସିର ପର୍ବ । ରଙ୍ଗ ଏମିତି ଏକ ଜିନିଷ ଯାହା ସମସ୍ତଙ୍କ ମନକୁ ରଙ୍ଗିନ କରିଥାଏ । ହୋଲି ପାଇଁ ଆଜି ସାରା ଦୁନିଆ ରଙ୍ଗୀନ । ସାତ ରଙ୍ଗରେ ରଙ୍ଗାୟିତ ସବୁ ସହର, ସବୁ ଗାଁ । ପୁରଠୁ ପଲ୍ଲୀ ସବୁସ୍ଥାନରେ ରଙ୍ଗର ବର୍ଷା ଦେଖିବାକୁ ମିଳିବ । ସାତରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ । ସାରା ଓଡିଶା ପାଳୁଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇବା ସହ ମିଠା ଖୁଆଇ କରୁଛନ୍ତି ହୋଲି ସେଲିବ୍ରେସନ । ଗୀତର ତାଳେ ତାଳେ ସମସ୍ତେ ମସଗୁଲ ହେଉଛନ୍ତି ।

ଅନ୍ୟକୁ ଫଗୁ ଅବିର ମାରି ଶୁଭେଚ୍ଛା ଆଉ ସ୍ନେହ ଜଣାଇବାର ମହାର୍ଘ ମହୋତ୍ସବ । ରଙ୍ଗ ରାଧାକୃଷ୍ଣ ଖେଳନ୍ତି, ଗୋପିମାନେ ବୋଳି ହୁଅନ୍ତି । ଆଉ ସେହି ପରମ୍ପରାକୁ ମନେ ପକାଇ ସମସ୍ତେ ପାଳନ୍ତି ରଙ୍ଗର ପର୍ବ । କାଶ୍ମୀରରୁ କନ୍ୟାକୁମାରୀ, ପଂଜାବରୁ ପଶ୍ଚିମବଂଗ, ଓଡିଶାରୁ ଉତ୍ତରପ୍ରଦେଶ ସବୁଠି ଆଜି ପସରା ମେଲିଛି ରଙ୍ଗ । ରଙ୍ଗ, ଯାହା ଧୋଇଦେବ ସବୁ ବିଦ୍ୱେଷ, ଆବିଳତା ସଫା କରିଦେବ ସବୁ ଘୃଣା ଆଉ ହିଂସା ଭାବ । ସୃଷ୍ଟି କରିବ କେବଳ ପ୍ରେମ ବନ୍ଧୁତା, ଭାଇଚାରା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top