ଦେଶ

ଗାନ୍ଧି ପରିବାରକୁ ଝଟ୍‌କା: ପ୍ରତ୍ୟାହାର ହେବ ଏସପିଜି ସୁରକ୍ଷା

bjp

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ବାଡ୍ରାଙ୍କଠୁ ଏସପିଜି ସୁରକ୍ଷା ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।  ଏହି ତିନି ଜଣଙ୍କ ଏସପିଜି ସୁରକ୍ଷାକୁ ଶେଷ ସମୟରେ ପ୍ରତ୍ୟାହାର କରାଯାଉଛି ।

ସୂଚନାମୁତାବକ ଗୃହ ମନ୍ତ୍ରାଳୟର ସୁରକ୍ଷା ସମୀକ୍ଷା କମିଟିର ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । ଏବେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏସପିଜି ସୁରକ୍ଷା ରହିବ । କମିଟିର ସୁପାରିସ ଅନୁସାରେ ଏବେ ଗାନ୍ଧି ପରିବାରର ସଦସ୍ୟଙ୍କୁ ଏସପିଜି ପରିବର୍ତ୍ତେ ସିଆରପିଏଫର ଜେଡ୍‌ ପ୍ଲସ୍‌ ସୁରକ୍ଷା ପ୍ରଦାନ କରାଯିବ ।  ସମିତି ବୈଠକରେ ଗାନ୍ଧି ପରିବାରର ସୁରକ୍ଷାର ସମିକ୍ଷା କରାଯାଇ ଫଳାଫଳ ମିଳିଥିଲା ଯେ, ଉକ୍ତ ପରିବାରକୁ କୌଣସି ଅଧିକ ବିପଦ ନାହିଁ । ଏହି କାରଣରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top