ଖେଳ

ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଟାର୍ଗେଟ ୨୭୪ ରନ୍‌

Prithivi shah

ଅର୍ଗସ ବ୍ୟୁରୋ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ ନ୍ୟୁଜିଲ୍ୟାଣ୍ଡ ଦଳ 273 ରନ୍‌ କରିଛି । ତେବେ ଭାରତ 274 ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ମାର୍ଟିନ୍‌ ଗୁପ୍ଟିଲ ସର୍ବାଧିକ 79 ରନ୍‌ (70 ବଲ୍‌) କରିଛନ୍ତି । ଏହା ପାରେ ରସ୍‌ ଟେଲର 74 ବଲ୍‌ରେ 73 ରନ୍‌ କରିଛନ୍ତି । ସେହିଭଳି ହେନେରୀ ନିକୋଲସ 59 ବଲ୍‌ 41 ରନ୍‌, କେଲ୍‌ ଜାମସନ୍‌ 24 ବଲ୍‌ 24 ରନ୍‌, ଟମ୍‌ ବ୍ଲୁଣ୍ଡେଲ୍‌ 25 ବଲ୍‌ 22 ରନ୍‌ କରିଛନ୍ତି । ତେବେ 50 ଓଭରରେ 8 ଓ୍ୱିକେଟ୍‌ ହରାଇ ଦଳ 273 ରନ୍‌ କରିଛି ।

ଏହାର ଜବାବରେ ଭାରତୀୟ ଦଳ ମଇଦାନକୁ ଓହ୍ଲାଇଥିବା ବେଳେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଧୁଆଁଧାର ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ୱାଲ ମୋଟ 3 ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଫୃଥିବୀ ଶାହ 19 ବଲ୍‌ରେ 24 ରନ୍‌ କରି ପ୍ୟାଭିଲିୟନ୍‌ ଫେରିଛନ୍ତି । 7.4 ଓଭର ସୁଦ୍ଧା ଦଳ 27 ରନ୍‌ କରି ଦୁଇଟି ଓ୍ୱିକେଟ୍‌ ହରାଇ ସାରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top