X
Breaking News
ଖେଳ

ବିଶ୍ୱକପ୍‌ ମହାସମର: ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ , କିଏ ପିନ୍ଧିବ ବିଜୟ ମୁକୁଟ ?

England
Courtesy: www.bhaskar.com

ଅର୍ଗସ ବ୍ୟୁରୋ: ଟସ୍‌ ଜିତି ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । ଚଳିତ କ୍ରିକେଟ ବିଶ୍ୱକପ୍‌ର ଆଜି ଫାଇନାଲ ମ୍ୟାଚ୍‌ ଇଂଲଣ୍ଡର ଲର୍ଡସ୍‌ରେ ଖେଳାଯାଉଛି ।

ତେବେ ଆଜି ଏହି ଫାଇନାଲ ଆମମାନଙ୍କ ପାଇଁ କମନ୍‌ ହୋଇଥିଲେ ସୁଦ୍ଧା ଏହି ଦୁଇ ଟିମ୍‌ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଆୟୋଜକ ଇଂଲଣ୍ଡ ୨୭ ବର୍ଷ ପରେ ଫାଇନାଲକୁ ଏଣ୍ଟ୍ରି କରିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଥର କପ୍‌ ନେବା ଆଶାରେ ରହିଛି  ।

ସେପଟେ ନ୍ୟୁଜିଲାଣ୍ଡ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଏଣ୍ଟ୍ରି ମାରିଛି । ପୂର୍ବ କ୍ରିକେଟ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ପାଖରୁ ପରାଜୟ ବରଣ କରିଥିଲା । ଆଜିର ଏହି ଫାଇନାଲରେ ଦୁଇ ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନି । ଦୁଇଟି ଟିମ୍‌ର ପ୍ରଦର୍ଶନ ଉପରେ ବିଶ୍ୱର ନଜର ରହିଛି ।

ତେବେ ଫାଇନାଲ ମହାସମର ଆରମ୍ଭ ହୋଇଥିବା ବେଳେ (ରିପୋର୍ଟ ଲେଖିବା ବେଳେ) ନ୍ୟୁଜିଲାଣ୍ଡ 2 ଓଭରରେ 8 ରନ୍‌ କରିଛି । ଲାଇଭ୍‌ ସ୍କୋର ଜାଣିବା ପାଇଁ ଲିଙ୍କ କ୍ଲିକ୍‌ କରନ୍ତୁ…..

Click to comment

Leave a Reply

Your email address will not be published. Required fields are marked *

Most Popular

To Top