ଖେଳ

ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

INDIA

ଅର୍ଗସ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ରୋମାଞ୍ଚକର ବିଜୟ । ସିରିଜ ହାତେଇଲା ବିରାଟ ବାହିନୀ । ଅନ୍ତିମ ଟି-୨୦ରେ ବଡ ବିଜୟ ସହ ୨-୧ରେ ସିରିଜ୍ ଜିତିନେଇଛି ଭାରତ । ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ ଦୀପକ ଚହରଙ୍କ ଦମଦାର ବୋଲିଂ ବଳରେ ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ମୁମ୍ବାଇ ୱାଙ୍ଖଡେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top