ଖେଳ

ରୋଡ୍‌ ସେଫ୍ଟି ଓ୍ୱାର୍ଲ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ ପାଇଁ ଭାରତ ପ୍ରସ୍ତୁତ, ସଚିନ୍‌-ଯୁବରାଜ-ପ୍ରଜ୍ଞାନ ଦଳରେ ସାମିଲ

Road-Safety-World india team

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି 2020 ରୋଡ୍‌ ସେଫ୍ଟି ଓ୍ୱାର୍ଲ୍ଡ ଟି-ଟ୍ୱେଣ୍ଟି ସିରିଜ୍‌ । ମାର୍ଚ୍ଚ 7ରୁ ଆରମ୍ଭ ହେଉଥିବା ଏହି ସିରିଜ୍‌ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ 5ଟି ଦେଶ ଭେଗ ନେଇଛନ୍ତି । ସେମାନେ ହେଲେ ଭାରତ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ସାଉଥ୍‌ ଆଫ୍ରିକା ଓ ଓ୍ୱେଷ୍ଟଇଣ୍ଡିଜ୍‌ । ଏହି ସବୁ ଦେଶର ବଡ଼ ବଡ଼ ଦିଗ୍ଗଜ ପ୍ଲେୟାରମାନେ ଦଳରେ ସାମିଲ ହୋଇଛନ୍ତି ।

ତେବେ ଆଜି ଭାରତ ଓ ଓ୍ୱେଷ୍ଟିଣ୍ଡିଜ୍‌ ମଧ୍ୟ ମ୍ୟାଚ୍‌ ଖେଳାଯିବ । ଭାରତ ପକ୍ଷରୁ ସଚିନ୍‌ ତେନ୍ଦୁଲକର ଅଧିନାୟକ ଦାୟିତ୍ୱ ତୁଳାଉଥିବା ବେଳେ ବ୍ୟାଟ୍ସମ୍ୟାନ୍‌ ଭାବେ ବିରେନ୍ଦ୍ର ସେହଓ୍ୱାଗ୍‌ ଓ ମହମ୍ମଦ କୈଫ୍‌ଙ୍କୁ ଦଳରେ ସାମିଲ କରାଯାଇଛି । ସେହିଭଳି ଅଲ୍‌ରାଉଣ୍ଡର ଭାବେ ଯୁବରାଜ୍‌ ସିଂହ, ସଞ୍ଜୟ ବାଙ୍ଗର, ଇର୍‌ଫାନ୍‌ ପଠାନ୍‌ ଓ ସିରାଜ୍‌ ବହୁତୁଲେ ଦଳରେ ସାମିଲ ଅଛନ୍ତି । ଅନ୍ୟପଟେ ସମୀର ଦିଘି ଓ୍ୱିକେଟ୍‌ କିପର ଭାବେ ଦଳରେ ସ୍ଥାନ ପାଇଛନ୍ତି । ତେବେ ବୋଲର ଭାବେ ମନ୍‌ପ୍ରିତ୍‌ ଗୋନି, ପ୍ରଜ୍ଞାନ ଓଝା, ଆବେ କୁରୁବିଲ୍ଲା, ମୁନାଫ୍‌ ପଟେଲ ଓ ଜାହିର ଖାନ୍‌ଙ୍କୁ ସ୍ଥାନ ଦିଆଯାଇଛି ।

ସେହିଭଳି ଓ୍ୱେଷ୍ଟଇଣ୍ଡିଜ୍‌ ଦଳ ପକ୍ଷରୁ ବ୍ରାଏନ୍‌ ଲାରା ଅଧିନାୟକ ଦାୟିତ୍ୱ ତୁଳାଉଥିବା ବେଳେ ଡାରେନ୍‌ ଗଙ୍ଗା, ଡାନ୍‌ଜା ହୟାତ୍‌ ଓ ଶିବ୍‌ ନରେନ୍‌ ଚନ୍ଦ୍ରପାଉଲଙ୍କ ବ୍ୟାଟ୍ସମ୍ୟାନ୍‌ ଭାବେ ଦଳରେ ସାମିଳ କରାଯାଇଛି । ସେହିଭଳି କାର୍ଲ ହୁପର, ଟିନୋ ବେଷ୍ଟ ଓ ଆଡାମ୍‌ ସାନ୍‌ଫୋର୍ଡଙ୍କ ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ଦିଆଯାଇଛି । ଅନ୍ୟ ଓ୍ୱିକେଟ୍‌ କିପର ଭାବେ ରିଡ୍‌ଲେ ଜ୍ୟାକବ୍‌ସ୍‌ଙ୍କୁ ଦଳରେ ସ୍ଥାନିତ କରାଯାଇଥିବା ବେଳେ ଦିନାନାଥ ରାମ୍‌ ନାରିନ୍‌, ସାମୁଏଲ ବଦ୍ରୀ, ପେଡ୍ରୋ କୋଲିନ୍‌ସ ଓ ସୁଲିମାନ୍‌ ବେନ୍‌ଙ୍କୁ ଦଳରେ ବୋଲ୍‌ ଭାବେ ସ୍ଥାନ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top