ଦେଶ

ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଆକ୍ରମଣ, ଜଣେ ଯବାନ ଓ ଜଣେ ମେଜର ସହିଦ

jammu-kashmir
courtesy: m.dailyhunt.in

ଜମ୍ମୁ: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଆକ୍ରମଣ । ଏହି ଆକ୍ରମଣରେ ଭାରତୀୟ ସେନାର ଜଣେ ଯବାନ ଓ ଜଣେ ମେଜର ସହିଦ ହୋଇଥିବା ଜଣାପଡ଼ିଛି । ନୌସେରା ସେକ୍ଟରରେ ଶୁକ୍ରବାର ହୋଇଛି ଏହି ଆକ୍ରମଣ । ଏହାବ୍ୟତୀତ ଆଉ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ସୂଚନାଆନୁସାରେ, ବିସ୍ଫୋରଣ ରାଜୌରୀ ଜିଲ୍ଲାକୁ ଲାଗି ଥିବା ନିୟନ୍ତ୍ରଣ ରେଖା ନିକଟ ପୁଖେରନୀ ଅଞ୍ଚଳରେ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ସଦିଗ୍ଧ ଆତଙ୍କବାଦୀ ରାଜୌରୀ ଜିଲ୍ଲାର ଲାମ ସେକ୍ଟରରେ ସୀମାରେ ଗସ୍ତ କରୁଥିଲେ । ସୈନିକଙ୍କୁ ଟାର୍ଗେଟ କରି ନିୟନ୍ତ୍ରଣ ରେଖାକୁ ଲାଗି ବିସ୍ଫୋରଣ ହୋଇଛି । ସେ କହିଛନ୍ତି ବିସ୍ଫୋରଣରେ ଜଣେ ଜେସିଓ ସମେତ ୨ ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକାରୀ କହିଛନ୍ତି, ପାକିସ୍ତାନୀ ସେନା ତରଫରୁ ହୋଇଥିବା ବିସ୍ଫୋରଣ ଓ ଆକ୍ରମଣ ନେଇ ସେନାର ଯବାନମାନଙ୍କୁ ସତର୍କ ସୂଚନା ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top