ନ୍ୟୁଜ୍

ଆଜିଠୁ କଳିଙ୍ଗ ଷ୍ଟାଡ଼ିୟମରେ ଏଫଆଇଏଫ ଅଲିମ୍ପିକ୍ ଯୋଗ୍ୟତା ହକି ମ୍ୟାଚ

Sports
Courtesy: www.hindustantimes.com

ଭୁବନେଶ୍ୱର:  କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର ।  ଆଜିଠୁ ୨ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଫ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍‌ଜୁ ପହଂଚିଛନ୍ତି । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇସାରିଛି ।

କ୍ରୀଡ଼ା ମହାକୁମ୍ଭ ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଦଳ କଳିଙ୍ଗ ଷ୍ଟାଡିୟମରେ ଆଜି ଏଫଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ମ୍ୟାଚ୍ ଖେଳିବ। ଶୁକ୍ରବାର ସନ୍ଧ୍ୟା ୬ଟାରେ ଭାରତୀୟ ମହିଳା ଦଳ ଆମେରିକାକୁ ଏବଂ ରାତି ୮ଟାରେ ପୁରୁଷ ଦଳ ରୁଷିଆକୁ ଭେଟିବ। ଶନିବାର ସମାନ ସମୟରେ ପୁଣି ଥରେ ୨ୟ ମୁକାବିଲାରେ ସେମାନେ ପରସ୍ପରକୁ ଭେଟିବେ।  ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍‌ଜୁ ଭୁବନେଶ୍ୱରରେ ପହଂଚିଛନ୍ତି  । ଏଫଆଇଏଫ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ପାଇଁ ଚାରି ଆଡ଼େ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top