ଦେଶ

ଅଷ୍ଟମ ଆଶ୍ଚର୍ଯ୍ୟରେ ସାମିଲ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

STAUTE OF UNITY

ନୂଆଦିଲ୍ଲୀ: ସଂଘାଇ ସହଯୋଗ ସଂଗଠନର ରିପୋର୍ଟ ଅନୁଯାୟୀ ଅଷ୍ଟମ ଆଶ୍ଚର୍ଯ୍ୟରେ ସ୍ଥାନ ପାଇଲା ଭାରତର ଷ୍ଟାଚ୍ୟୁ ଅଫ୍‌ ୟୁନିଟି । ଗୁଜୁରାଟରେ ଥିବା ବିଶ୍ୱର ଉଚ୍ଚତ୍ତମ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟି’କୁ ଅଷ୍ଟମ ଆଶ୍ଚର୍ଯ୍ୟର ମାନ୍ୟତା ମିଳିଛି । ଏନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ଵିଟ୍ କରି ସୂଚନା ଦେଇଛନ୍ତି । ଜୟଶଙ୍କର ଲେଖିଛନ୍ତି ଯେ ପର୍ଯ୍ୟଟନର ପ୍ରେତ୍ସାହନ ଦିଗରେ ଏସିଓର ଅବଦାନ ପ୍ରସଂଶନୀୟ ରହିଆସିଛି । ଏହି ସମ୍ମାନ ଦେଶ ପାଇଁ ଏକ ପ୍ରେତ୍ସାହନ ପରି କାମ କରିବ । ଏସସିଓର ମହାସଚିବ ଭ୍ଲାଦିମିର ନୋରୋଭଙ୍କ ସହିତ ଆଲୋଚନା ପରେ ସେ ଏହି ଘୋଷଣା କରିଛନ୍ତି ।

ଏସସିଓ ଦ୍ୱାରା ଘୋଷିତ ଅନ୍ୟ ଆଶ୍ଚର୍ଯ୍ୟଗୁଡ଼ିକ ହେଲା ଚୀନ୍‌ର ଡାମିଂ ପ୍ୟାଲେସ, କିରଗୀଜସ୍ତାନର ଇସକ-କୁଲ ହ୍ରଦ, କାଜାଖସ୍ତାନର ତାମଗାଲି ସ୍ଥାପତ୍ୟ, ପାକିସ୍ତାନର ଲାହୋରରେ ଥିବା ମୋଗଲ ସ୍ଥାପତ୍ୟ, ଋଷିଆର ଗୋଲଡେନ ରିଂ ସିଟି, ତାଜିକିସ୍ତାନର ନୋରୁଜ ପ୍ୟାଲେସ, ଉଜବେକିସ୍ତାନର ପୋଇ କାଲୋନ କମ୍ପ୍ଲେକ୍ସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅକ୍ଟୋବର ୩୧ରେ ଏହି ଷ୍ଟାଚ୍ୟୁ ଅଫ୍‌ ୟୁନିଟିକୁ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ପରଠାରୁ ଏହାକୁ ଦେଖିବାକୁ ଗତ ୧୬ ନଭେମ୍ବରରେ ୨୦୧୯ ସୁଦ୍ଧା ପ୍ରାୟ ୨୯ ଲକ୍ଷ ପର୍ଯ୍ୟଟକ ବୁଲି ଆସିଛନ୍ତି । ବିଶ୍ୱର ଏହି ଉଚ୍ଚତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ଉଚ୍ଚତା ୧୮୨ ମିଟର ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top