ଖେଳ

ସଚ୍ଚିନ ଅବସର ନେବା ପରେ ଆଇପିଏଲ୍‌ ଦେଖିବା ବନ୍ଦ କରିଦେଲେ ମହିଳା କ୍ରିକେଟର ସୁଷମା ବର୍ମା

ଅର୍ଗସ ବ୍ୟୁରୋ: ବିଶ୍ୱର ଲୋକପ୍ରିୟ କ୍ରିକେଟର ସଚ୍ଚିନ ତେନ୍ଦୁଲକର ପୂରା ବିଶ୍ୱର ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ସଚିନଙ୍କ ଏମିତି ବି ପ୍ରଶଂସକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁଷମା ବର୍ମା। ୨୭ ବର୍ଷୀୟ ସୁଷମା କୁହନ୍ତି, ସେ ମୁମ୍ବାଇ ଇଣ୍ଡିଆନ୍‌ସର ଜଣେ ବଡ଼ ପ୍ରଶଂସକ। କିନ୍ତୁ ସଚ୍ଚିନ ତେନ୍ଦୁଲକର ଅବସର ନେବା ପରେ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଦେଖିବା ବନ୍ଦ କରି ଦେଇଥିଲେ। ସୁଷମା ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏବେ ଆଉ ପୂର୍ବଭଳି ଆଇପିଏଲ୍‌ ମ୍ୟାଚ୍‌ ଦେଖୁନାହିଁ। ଯେତେବେଳେ ସଚ୍ଚିନ ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଖେଳୁଥିଲେ, ସେହି ସମୟରେ ଦେଖୁଥିଲି। ସେ କହିଛନ୍ତି, ଟେଷ୍ଟ କ୍ରିକେଟ୍‌ ଦେଖନ୍ତି। ଭାରତର ଅନ୍ୟ ପ୍ରଶଂସକଙ୍କ ଭଳି ସୁଷମା ମଧ୍ୟ ସଚ୍ଚିନଙ୍କ ବଡ଼ ପ୍ରଶଂସକ। ହିମାଚଳ ପ୍ରଦେଶ ନିବାସୀ ସୁଷମା ସଚ୍ଚିନଙ୍କ ବ୍ୟାଟିଂ ଦେଖିବାକୁ ଧର୍ମଶାଳା ପହଂଚିଥିଲେ।

କିନ୍ତୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। କାରଣ ସଚ୍ଚିନ ସେଦିନ ବ୍ୟାଟିଂ କରିବାକୁ ଆସି ନଥିଲେ। ଭାରତୀୟ ମହିଳା କ୍ରିକେଟ ଟିମ୍‌ରେ ଫେରିବାକୁ ସୁଯୋଗ ଖୋଜୁଛନ୍ତି ସୁଷମା। ଓ୍ଵିକେଟକିପର ସୁଷମା କହିଛନ୍ତି, ସେ ନିକଟରେ ଅବସର ନେଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ପ୍ରଶଂସକ। ସେ ଧୋନୀଙ୍କୁ ଭେଟିବାର ଅନୁଭୂତି ମନେ ପକାଇଛନ୍ତି। ସୁଷମା କହିଛନ୍ତି, ମୁଁ ଧୋନୀଙ୍କୁ ପୂରା ଟିମ ସହିତ ଭେଟିଛନ୍ତି। ମୁଁ ମୋର ପରିଚୟ ଦେଇଥିଲି। ସେ ମୋତେ ପରାମର୍ଶ ଦେଇଥିଲେ, ଭଲ କାମ ଜାରି ରଖ। ମୋତେ ଧୋନୀଙ୍କ ବ୍ୟାଟିଂ ଶୈଳୀ ଭାର ଭଲ ଲାଗିଥାଏ। ସେ ଜଣେ ମହାନ ଭାରତୀୟ ଅଧିନାୟକଙ୍କ ମଧ୍ୟରୁ ଜଣେ। ସୁଷମା ବର୍ମା ଭାରତ ପାଇଁ ୩୮ଟି ଦିନିକିଆ ଏବଂ ୧୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top