X
Breaking News
ନ୍ୟୁଜ୍

ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ପରିଆ ଗ୍ରାମବାସୀ

paria school

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ପରିଆ ଗ୍ରାମବାସୀ । ଗତ 8ଦିନ ହେଲା ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । ଦାବି ପୂରଣ ନହେବା ଯାଏ ସ୍କୁଲ୍‌ରେ ତାଲା ଝୁଲିବ ବୋଲି ଅଞ୍ଚଳବାସୀ ଜିଦ୍ ଧରି ବସିଛନ୍ତି ।

strike

ପରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢାଇବାକୁ ଆବଶ୍ୟକୀୟ ଶିକ୍ଷକ ନାହାଁନ୍ତି । ବର୍ତ୍ତମାନ ସ୍କୁଲରେ 266 ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର 4ଜଣ ଶିକ୍ଷକ ଅଛନ୍ତି । କିଛି ମାସ ପୂର୍ବରୁ ଜଣେ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରାଯାଇଥିଲା । ହେଲେ ପରେ ତାଙ୍କୁ କର୍ଲାପଡା ସ୍କୁଲକୁ ବଦଳି କରିଥିଲେ BEO । ସ୍କୁଲରେ ଶିକ୍ଷକ ଅଭାବ ଥିବାବେଳେ ପୁଣି ଜଣେ ଶିକ୍ଷକଙ୍କୁ ବଦଳି କରିବା ନେଇ ଶିକ୍ଷାଦାନରେ ବାଧାପ୍ରାପ୍ତ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top