ନ୍ୟୁଜ୍

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଗାଏବ, ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଧାରଣା

strike

ଭଦ୍ରକ:  ବାଇପାସ ଛକରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଗାଏବ । ବହୁ ଦିନ ଧରି ପ୍ରତିମୂର୍ତ୍ତିଟି ଭଗ୍ନ ଅବସ୍ଥାରେ ପଡିରହିଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର ନାହିଁ । ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଆଜି ବାଇପାସ ଛକରେ ଥିବା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ସମାଜସେବି ଲକ୍ଷ୍ମୀଧର ବିଶ୍ୱାଳ । ରାଜ୍ୟର ଗର୍ବ ଓ ଗୌରବ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନିଜ ଜିଲ୍ଲାରେ ଉପେକ୍ଷା କରାଯିବା ଘଟଣାକୁ ନେଇ ଜ଼ିଲ୍ଲାରେ ତୀବ୍ର ନିନ୍ଦା କରାଯାଇଛି ।

ଏହି ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ରଚୟିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କିଛି ଦିନ ତଳେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସାରା ରାଜ୍ୟବାସିଙ୍କ ପକ୍ଷରୁ ଗାନ କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଜ଼ିଲ୍ଲାରେ ମଧ୍ୟ ଏହି ସଙ୍ଗୀତ ଗାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । କିନ୍ତୁ ଜ଼ିଲ୍ଲା ପ୍ରଶାସନ ଭୁଲିଯାଇଥିଲା । ଆମେ ଯେଉଁ ସଙ୍ଗୀତ ଗାନ କରୁଛେ ସେ ବ୍ୟକ୍ତିତ୍ୱ ଆମ ଜ଼ିଲ୍ଲାର ସନ୍ତକ । କିନ୍ତୁ କେଉଁ ପରିସ୍ଥିତିରେ ଖୋଦ ନିଜ ଜ଼ିଲ୍ଲାରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଅସମ୍ମାନ କରାଗଲା ତାକୁ ନେଇ ଉଠିଛି ପ୍ରଶ୍ନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top