ନ୍ୟୁଜ୍

ଅଭିନବ ଉପାୟରେ ପ୍ରତିବାଦ, ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ

strike

ଢ଼େଙ୍କାନାଳ:  ରାସ୍ତାରେ ଧାନ ଗଛ ପୋତି ପ୍ରତିବାଦ ଜଣାଇଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ କନ୍ଦରସିଂହା ପଞ୍ଚାୟତ ୬ ନମ୍ବର ୱାର୍ଡରେ ବାର ଘରିଆ ସାହିରେ ଦେଖିବାକୁ ମିଳିଛି ଏହିପରି ଏକ ଅନୁରୂପ ପ୍ରତିବାଦ। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସାହିକୁ ଯିବା ଆସିବା ପାଇଁ ପିଡବ୍ଲୁଡି ରାସ୍ତାଠାରୁ ସାହିକୁ ଥିବା ଏକ ମାତ୍ର ମାଟି ରାସ୍ତା ଶୋଚନୀୟ ଅବସ୍ଥାରେ ଦିର୍ଘ ଦିନ ଧରି ପଡିରହିଛି । ଯେଉଥିପାଇଁ ପାଇଁ ଗ୍ରାମବାସୀଙ୍କୁ ବର୍ଷା ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏମିତି କି ଆମ୍ବୁଲାନ୍ସ ଟିଏ ସାହି ଭିତରକୁ ଯାଇ ପାରୁନାହିଁ ।

ତେଣୁ ଏନେଇ ସେମାନେ ଏକ ସ୍ଥାୟୀ କଙ୍କ୍ରିଟ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବ୍ଲକ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ । ତଥାପି  କିଛି ସୁଫଳ ପାଇପାରୁନାହାନ୍ତି । ଯେଉଥିପାଇଁ ବାଧ୍ୟ ହୋଇ ଆଜି ଏହି ପରି ଏକ ଅନୁରୂପ ଭାବେ କାଦୁଅ ପଚ ପଚ ରାସ୍ତାରେ ଗ୍ରାମବାସୀ ଧାନ ଗଛ ପୋତି ଜିଲ୍ଲାପ୍ରଶାସନଙ୍କୁ ପ୍ରତିବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top